Advertisment

ବର୍ବର କାଣ୍ଡ; ଶିଶୁ କନ୍ୟାକୁ ଗଳା କାଟି ହତ୍ୟା, ବ୍ୟାଗ୍‌ରୁ ମିଳିଲା ମୃତଦେହ

ବଳାତ୍କାର ଉଦ୍ୟମ ବିଫଳ ହେବାରୁ ଅଭିଯୁକ୍ତ ପଡ଼ୋଶୀ ଶିଶୁକନ୍ୟାଟିର ବେକ କାଟି ତାକୁ ହତ୍ୟା କରିଛି।

undefined

Rape Attempt

Advertisment

ହରିୟାଣାରେ ଘଟିଛି ବର୍ବର କାଣ୍ଡ। ଏକ ୩ ବର୍ଷର ନାବାଳିକାକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ବଳାତ୍କାର ଉଦ୍ୟମ ବିଫଳ ହେବାରୁ ଅଭିଯୁକ୍ତ ପଡ଼ୋଶୀ ଶିଶୁକନ୍ୟାଟିର ବେକ କାଟି ତାକୁ ହତ୍ୟା କରିଛି। ଏଥିସହ ମୃତଦେହକୁ ନିଜ ବାଥ୍‌ରୁମ୍‌ରେ ଏକ ବ୍ୟାଗରେ ଲୁଚାଇ ରଖିଥିଲା। ପୁଲିସ୍‌ ମୃତଦେହ ଜବତ କରିଥିବା ବେଳେ ଅଭିଯୁକ୍ତକୁ ବାନ୍ଧିଛି।

Advertisment

ଗତ ମଙ୍ଗଳବାରଠୁ ନାବାଳିକାଜଣକ ନିଖୋଜ ଥିବା ବେଳେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଖୋଜାଖୋଜି କରି ଗତକାଲି ଶିଶୁଟିର ମୃତଦେହ ଏକ ବ୍ୟାଗରେ ଭର୍ତ୍ତି ହୋଇଥିବା ବେଳେ ପଡ଼ୋଶୀଙ୍କ ବାଥ୍‌ରୁମ୍‌ରୁ ଉଦ୍ଧାର କରିଛି। ଶିଶୁଟିର ବେକରେ କ୍ଷତ ଚିହ୍ନ ଥିବାରୁ ଧାରୁଆ ଅସ୍ତ୍ରରେ ତାର ଗଳା କାଟି ହତ୍ୟା କରାଯାଇଥିବା ଜଣାଯାଇଛି। ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୁଲିସ୍‌କୁ ଦେଖି ଅଭିଯୁକ୍ତ ଛାତରୁ ଡେଇଁ ଖସିଯିବାରୁ ଉଦ୍ୟମ କରିଥିବା ବେଳେ ବିଫଳ ହୋଇଛି। ଅଭିଯୁକ୍ତଜଣକ ଆହତ ହୋଇଥିବା ବେଳେ ପୁଲିସ୍‌ ତାକୁ ବାନ୍ଧି ହସ୍ପିଟାଲରେ ଭର୍ତ୍ତି କରିଛି। ସୁସ୍ଥ ହେବା ପରେ ତାକୁ ଘଟଣା ସମ୍ପର୍କରେ ପଚରାଯିବ ବୋଲି ଅଧିକାରୀ କହିଛନ୍ତି।

Advertisment

ଅଭିଯୁକ୍ତଜଣକ ଶିଶୁଟିକୁ ବଳାତ୍କାର ଉଦ୍ଦେଶ୍ୟରେ ନିଜ ଘରକୁ ନେଇଥିଲେ। ମାତ୍ର ନିଜ ଉଦ୍ୟମରେ ସେ ବିଫଳ ହେବାରୁ ଉତ୍ତ୍ୟକ୍ତ ହୋଇ ଶିଶୁଟିକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

Murder Minor Attacked Haryana News Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe