Advertisment

୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କଲା, ମୃତଦେହକୁ ପଡ଼ିଆରେ ପୋତି ଦେଲା ସମ୍ପର୍କୀୟ ମାମୁ

ସମ୍ପର୍କୀୟ ମାମୁ ସହ ଝିଅଟି ଚକୋଲେଟ ପାଇଁ ଯାଇଥିଲା। ସେ ଆଉ ଘରକୁ ନ ଫେରିବାରୁ ପରିବାର ଲୋକ ତା’କୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ।

Stop Rape

Stop Rape

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ୩ ବର୍ଷର ଶିଶୁ କନ୍ୟାକୁ ଚକୋଲେଟ ଦେବା ନାଁରେ ଡାକି ନେଇ ଦୁଷ୍କର୍ମ କରିଛି ସମ୍ପର୍କୀୟ ମାମୁ। ଦୁଷ୍କର୍ମ କରିବା ପରେ ସମ୍ପର୍କୀୟ ମାମୁ ଜଣକ ଶିଶୁ କନ୍ୟାର ଜୀବନ ମଧ୍ୟ ନେଇ ଯାଇଛି। 

Advertisment

ଖାଲି ସେତିକି ନୁହେଁ, ହତ୍ୟା କରିବା ପରେ ଗୋଟିଏ ପଡ଼ିଆରେ ମୃତଦେକୁ ପୋତି ଦେଇଥିଲା। ଏଭଳି ଘଟଣା ଆନ୍ଧ୍ର ପ୍ରଦେଶର ତିରୁପତିରେ ଘଟିଛି। ପୁଲିସ୍‌ ଘଟଣାରେ ୨୨ ସମ୍ପର୍କୀୟ ମାମୁକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ପୀଡ଼ିତା ରହୁଥିବା କଲୋନୀରେ ହିଁ ରୁହେ। 

ଶୁକ୍ରବାର ସମ୍ପର୍କୀୟ ମାମୁ ସହ ଝିଅଟି ଚକୋଲେଟ ପାଇଁ ଯାଇଥିଲା। ସେ ଆଉ ଘରକୁ ନ ଫେରିବାରୁ ପରିବାର ଲୋକ ତା’କୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ। ହେଲେ ଝିଅର କୌଣସି ପତ୍ତା ମିଳି ନଥିଲା। ଶେଷରେ ପରିବାର ଲୋକ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଶେଷଥର ପାଇଁ ଝିଅକୁ ସମ୍ପର୍କୀୟ ମାମୁ ସହ ସମସ୍ତେ ଦେଖିଥିବାରୁ ପୁଲିସ୍‌ ତା’କୁ ଉଠାଇ ଆଣି ଜେରା କରିଥିଲା।

Advertisment

ପୁଲିସ୍‌କୁ ଅଭିଯୁକ୍ତ ଜଣକ ପ୍ରଥମେ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ନିଜର ଅପରାଧକୁ ସ୍ୱୀକାର କରିଥିଲା। ପ୍ରଥମେ ସେ ସ୍କୁଲ ନିକଟରେ ଥିବା ପଡ଼ିଆକୁ ଶିଶୁ କନ୍ୟାକୁ ନେଇଥିଲା। ସେଠାରେ ତାଙ୍କୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରିଥିଲା।

ଏହାପରେ ସେହି ପଡ଼ିଆରେ ମୃତଦେହକୁ ପୋତି ଦେଇଥିଲା। ଅଭିଯୁକ୍ତ ଠାରୁ ସୂଚନା ମିଳିବା ପରେ ପୁଲିସ୍‌ ମାଟି ତଳକୁ ଶିଶୁ କନ୍ୟାର ମୃତଦେହକୁ ଉଦ୍ଧାର କରିଛି। ଏହାକୁ ବ୍ୟବଚ୍ଛେଦ ପାଇଁ ପୁଟ୍ଟୁର ସରକାରୀ ହସ୍ପିଟାଲକୁ ପଠା ଯାଇଥିବା ପୁଲିସ୍‌ କହିଛି।

ପୀଡ଼ିତାଙ୍କ ମା’ ଅଭିଯୁକ୍ତକୁ ନିଜର ଭାଇ ଭାବେ ବିବେଚନା କରୁଥିଲେ। ସେ ପରିବାର ଅନ୍ୟତମ ସଦସ୍ୟ ଭାବେ ଘରକୁ ଯିବା ଆସିବା କରେ। ଅନେକ ସମୟରେ ସେ ଶିଶୁ କନ୍ୟା ସହ ଖେଳା ଖେଳି ମଧ୍ୟ କରିଥାଏ। ହେଲେ ସେ ଏମିତି କରିବ ବୋଲି କେହି ବିଶ୍ୱାସ କରି ନଥିଲେ ବୋଲି ପଡ଼ୋଶୀମାନେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିବା ସହ ପରିବାର ଲୋକଙ୍କ ପାଇଁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି। ସେହିପରି ସ୍ଥାନୀୟ ନାଗାରି ବିଧାୟକ ଗଲି ଭାନୁ ପ୍ରକାଶ ଅଭିଯୁକ୍ତକୁ କଠୋରରୁ ଅତି କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି।

Andhra Pradesh Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe