Advertisment

ଭଦ୍ରଲୋକ ଭଳି ଦେଖାଯାଉଥିଲେ, ବ୍ୟାଗରୁ ବାହାରିଲା ...

ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ବିହାରର

author-image
Biswajit Samal
Ganja

Ganja

ଆଜି ସକାଳେ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଗୋଟିଏ ବସରୁ ଓହ୍ଲାଇ ଥିଲେ ୫ ଜଣ ବ୍ୟକ୍ତି। ଭଲ ପୋଷାକ ପିନ୍ଧିଥିଲେ। ସମସ୍ତଙ୍କ କାନ୍ଧରେ ଥିଲା ଗୋଟିଏ ଗୋଟିଏ ବ୍ୟାଗ୍। ସମସ୍ତେ ଭଲ ଘରର ବୋଲି ଜଣାପଡ଼ୁଥିଲେ। ହେଲେ ପାଟ୍ରୋଲିଂରେ ଥିବା ଅବକାରୀ ଟିମ୍‌କୁ ଦେଖିବା ପରେ ସେମାନେ ଡରି ଯାଇଥିଲେ।

Advertisment

ସେମାନଙ୍କ ହାବ ଭାବ ଦେଖି ଅବକାରୀ ଟିମ୍ ସେମାନଙ୍କୁ ପଚରା ଉଚରା କରିବା ସହିତ ବ୍ୟାଗ ଗୁଡ଼ିକୁ ଯାଞ୍ଚ କରିଥିଲା। ବ୍ୟାଗ ଗୁଡ଼ିକୁ ଖୋଲା ଯିବା ପରେ ସେଥିରେ ଥିବା ଜିନିଷ ଦେଖି ଅବକାରୀ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲା। କାରଣ ବ୍ୟାଗ ଗୁଡ଼ିକରେ ଗଞ୍ଜେଇ ଭର୍ତ୍ତି ହୋଇଥିଲା।

ଏହି ଲୋକମାନେ କନ୍ଧମାଳରୁ ଗଞ୍ଜେଇ ନେଇ ଆସିଥିଲେ। ସେମାନେ ସମସ୍ତେ ବିହାରର। ସେମାନେ ଭୁବନେଶ୍ୱରରୁ ଟ୍ରେନ୍ ଯୋଗେ ବିହାର ଯାଇଥାନ୍ତେ। ପୂର୍ବରୁ ସେଥିପାଇଁ ଟିକେଟ୍ କରିଥିଲେ। ସେମାନଙ୍କ ଠାରୁ ୩୦ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏୟାର ବ୍ୟାଗ ଓ ଜରିବସ୍ତାରେ ସେମାନେ ଏହି ଗଞ୍ଜେଇ ନେଉଥିଲେ।

Advertisment

ଗିରଫ ବ୍ୟକ୍ତି ମାନେ ହେଉଛନ୍ତି, ବିନୁ ଭାଇ (୫୨), ଅଜିତ୍ ପାଶ୍ୱାନ (୨୭), ଦାମୋଦର କୁମାର (୨୭), ଅଭୟ କୁମାର (୩୮), ଶଙ୍କର କୁମାର (୨୬)। ବିନୁ ଓ ଅଭୟ ବିହାରର ଅରା ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ଅନ୍ୟା ମାନେ ଗୟା ଜିଲ୍ଲାର।

Ganja Seized