Advertisment

ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ

ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ

author-image
Biswajit Samal
ଅଦ୍ୟତନ ହୋଇଛି
Accused

Accused

ରାଜଧାନୀରେ ୩ ଶହ କେଜି ଗଞ୍ଜେଇ ଜବତ ହୋଇଛି। ପିତାପଲ୍ଲୀରୁ ପାହାଳ ଭିତରେ ୩ ଅପରାଧୀଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କଲା ସ୍ପେଶାଲ କ୍ରାଇମ ୟୁନିଟ। ଯବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୩୦ ଲକ୍ଷ ଟଙ୍କା ହେବ। ସମସ୍ତ ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଝାଡ଼ଖଣ୍ଡର ବୋଲି ଯଣାପଡ଼ିଛି।

Advertisment

ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ। ଆଜି ରାଜଧାନୀ ଭୁବନେଶ୍ୱରରେ ଦାମୀ କାର ରେ ଗଞ୍ଜେଇ ଚୋରାଚାଲାଣ ହେଉଥିଲା। ଏହି ସମୟରେ କୌଣସି ସୁତ୍ରରୁ ଖବର ପାଇ କମିଶନରେଟ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି। ମାଫିଆ ମାନେ ଗାଡ଼ିରେ ପ୍ରେସ୍ ଲେଖି ପୁଲିସକୁ ଚକମା ଦେଇ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିଲେ। ସବୁ ରାଜ୍ୟ ପାଇଁ ବ୍ୟବହାର କରୁଥିଲେ ଅଲଗା ଅଲଗା ନମ୍ବର ପ୍ଲେଟ୍।

ମାଫିଆଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ବେଳେ ଏହାର ଭିଡିଓ କରିଛି କମିଶନରେଟ ପୁଲିସ। କେତବେଳେ ଗଞ୍ଜେଇ ମାଫିଆ ଆଗରେ ତ ଆଉ ପୁଲିସ ଆଗରେ। ଏଭଳି ଭାବରେ ପ୍ରାୟ ୩୦ କିଲୋମିଟର ଗୋଡ଼ାଇବା ପରେ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ। ଗଞ୍ଜେଇ ଚାଲାଣ ପାଇଁ ଗାଡ଼ି ଭିତରେ ସ୍ପେଶାଲ ସିଟ୍ କରାଯାଉଥିଲା। ସେଇ ସ୍ପେଶାଲ ସିଟି ଭିତରେ ଗଞ୍ଜେଇ ରଖି ନିର୍ଭୟରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଥିଲା।

Advertisment

Ganja Seized