Advertisment

ଚାଇନା ଠକଙ୍କ ସ୍କାମରେ ଫସିଛନ୍ତି ଭାରତୀୟ ମହିଳା, ନ୍ୟୁଡ୍ କଲ୍ କରିବାକୁ ହେଉଛନ୍ତି ବାଧ୍ୟ

ଚାକିରି ଦେବାକୁ ଡାକି ଭାରତୀୟଙ୍କୁ ନ୍ୟୁଡ୍ କଲ୍ ସ୍କାମରେ ନିୟୋଜିତ କରାଯାଉଛି। କମ୍ବୋଡିଆରେ ଚାଲିଛି ଚାଇନା ଠକଙ୍କ ବିରାଟ ସ୍କାମ୍।

ଅଦ୍ୟତନ ହୋଇଛି
Scammer

Scammer

Advertisment

ଫେକ୍ ନ୍ୟୁଡ୍ କଲ୍ ବ୍ଲାକମେଲିଂକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। କମ୍ବୋଡିଆରେ ଭାରତୀୟ ମହିଳାଙ୍କୁ ଚାଇନା ଠକମାନେ ବ୍ଲାକମେଲିଂ ସ୍କାମରେ ଲଗାଉଛନ୍ତି। ଏମାନଙ୍କୁ ମୋହରା ବନାଇ ଭାରତୀୟଙ୍କୁ ନ୍ୟୁଡ୍ କଲ୍ କରନ୍ତି ଏବଂ ସେମାନଙ୍କୁ ସ୍କାମରେ ଫସାଉଥିବା ଏକ ରିପୋର୍ଟରେ ଖୁଲାସା ହୋଇଛି।

Advertisment

ତେଲେଙ୍ଗାନାର ଜଣେ ବ୍ୟକ୍ତି ଏହି ଠକାମିର ଶିକାର ହେବା ପରେ ରାକେଟ୍ ବାବଦରେ ଖୁଲାସା କରିଛନ୍ତି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ମୁନସି ପ୍ରକାଶ। ସେ ଜଣେ ବିଟେକ୍ ଗ୍ରାଜୁଏଟ୍ ସିଭିଲ ଇଞ୍ଜିନିୟର। ମୁନସି ଏକ ଆଇଟି କମ୍ପାନୀରେ କାମ କରୁଥିଲେ। ସେ ଅନଲାଇନ ଜବ୍ ସାଇଟରେ ବିଦେଶରେ ଚାକିରି ପାଇଁ ଏକ ପୋଷ୍ଟ ଅପଲୋଡ୍ କରିଥିଲେ।

ମୁନସିଙ୍କ କହିବାନୁସାରେ, ଦିନେ କମ୍ବୋଡିଆର ଜଣେ ଏଜେଣ୍ଟ ବିଜୟ ତାଙ୍କୁ କଲ୍ କରି ଅଷ୍ଟ୍ରେଲିଆରେ ଚାକିରି ପାଇଁ ଅଫର୍ କରିଥିଲେ। ଏହାପରେ ବିଜୟ ତାଙ୍କୁ ଟ୍ରାଭେଲ ହିଷ୍ଟ୍ରି ଦରକାର କହିଥିଲେ ଏବଂ ମାଲେସିଆକୁ ଟିକେଟ ଦେଇଥିଲେ। ମାର୍ଚ୍ଚ 12ରେ ମୁନସି କୁଆଲା ଲୁମ୍ପୁରରେ ପହଞ୍ଚିବା ପରେ ସେଠାରୁ ତାଙ୍କୁ ନମଫେନକୁ ନିଆଯାଇଥିଲା। ସେଠାରେ ବିଜୟଙ୍କର ଜଣେ ପ୍ରତିନିଧି ଆସି ତାଙ୍କୁ ଭେଟିଥିଲେ ଏବଂ ତାଙ୍କଠାରୁ 85 ହଜାର ଆମେରିକୀୟ ଡଲାର ନେଇଥିଲେ।

Advertisment

ଏହା ପରେ ଚୀନର କିଛି ଲୋକ ତାଙ୍କ ପାସପୋର୍ଟ ଜବତ କରି କ୍ରୋଙ୍ଗ ବାୱେଟକୁ ନେଇଥିଲେ। ଏଠାରେ ତାଙ୍କୁ ଟାୱାର କମ୍ପ୍ଲେକ୍ସରେ କିଛି ଦିନ ଅଟକ ରଖାଯାଇଥିଲା। ଏହି ଟାୱାର କମ୍ପେକ୍ସରେ ତାଙ୍କୁ ତେଲୁଗୁ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାଭାଷୀ ଝିଅମାନଙ୍କର ନକଲି ପ୍ରୋଫାଇଲ୍ କ୍ରିଏଟ୍ ଏବଂ ବ୍ୟବହାର କରିବା ପାଇଁ 10 ଦିନ ତାଲିମ ଦିଆଯାଇଥିଲା। ଏହି ସ୍ଥାନରେ ପୂର୍ବରୁ ମଧ୍ୟ ଅନେକ ଭାରତୀୟଙ୍କୁ ସମାନ କାମ କରିବାକୁ ବାଧ୍ୟ କରା ଯାଉଥିବା ମୁନସି କହିଛନ୍ତି।

ମୁନସି କହିଛନ୍ତି ଯେ, ତାଙ୍କୁ 10 ଦିନ ତାଲିମ ଦେବା ପରେ ଚାଇନାର ଠକମାନେ ତାଙ୍କୁ ଏକ ଅନ୍ଧାର କୋଠରୀରେ ରଖି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ନିର୍ଯାତନା ଦେଇଥିଲେ। ସେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ବାହାରକୁ ନିଆ ଯାଇଥିଲା, କିନ୍ତୁ ସେମାନେ ତାଙ୍କୁ ଭୁଲ କାମ କରିବାକୁ ବାରମ୍ବାର ଚାପ ପକାଉଥିଲେ। କୌଣସି ପ୍ରକାରେ ମୁନସି ନିଜର ଏ ଦୟନୀୟ ସମୟର ଏକ ଭିଡିଓ ଶୁଟ୍ କରି ଚେନ୍ନାଇରେ ରହୁଥିବା ତାଙ୍କ ଭଉଣୀଙ୍କ ନିକଟକୁ ପଠାଇଥିଲେ।

ଏହାପରେ ତାଙ୍କ ଭଉଣୀ ପ୍ରଶାସନକୁ ଏ ବାବଦରେ ଅବଗତ କରାଇଥିଲେ। ପ୍ରଶାସନ କମ୍ବୋଡିଆର ଭାରତୀୟ ଦୂତାବାସକୁ ଜଣାଇଥିଲେ। ପରେ କାମ୍ବୋଡିଆ ପୁଲିସ ତାଙ୍କୁ 16 ଏପ୍ରିଲରେ ଉଦ୍ଧାର କରିଛି। ତାଙ୍କ ସହ ଅନ୍ୟ 9 ଜଣ ଭାରତୀୟଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି।

ମୁନସୀ କହିଛନ୍ତି ଯେ, ସେଠାରେ ଆହୁରି 3 ହଜାର ଭାରତୀୟ ଏବେ ବି ଫସି ରହିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ମହିଳାମାନେ ଅଛନ୍ତି। ସେମାନଙ୍କୁ ଚାଇନା ଠକମାନେ ଫେକ୍ ନ୍ୟୁଡ୍ କଲ୍ କରିବାକୁ ବାଧ୍ୟ କରୁଛନ୍ତି। ଚାକିରିର ପ୍ରତିଶ୍ରୁତି ଦେଇ ସମସ୍ତଙ୍କୁ ଠକାମିର ଶିକାର କରାଯାଉଛି।

ଫସିଥିବା ଲୋକଙ୍କ ମଧ୍ୟରେ ଦିଲ୍ଲୀ, କର୍ଣ୍ଣାଟକ, ମୁମ୍ବାଇ ସହ ଅନ୍ୟାନ୍ୟ ସ୍ଥାନର ଲୋକ ଅଛନ୍ତି। ସ୍କାମ୍ ଜରିଆରେ ଗ୍ୟାଙ୍ଗ୍ ଯେଉଁ ଅର୍ଥ ରୋଜଗାର କରୁଛି ତାକୁ ପ୍ରଥମେ କ୍ରିପ୍ଟୋକରେନ୍ସି ପରେ ଆମେରିକାନ ଡଲାର ଏବଂ ଶେଷରେ ଚାଇନିଜ୍ ୟୁଆନକେ ରୂପାନ୍ତରିତ କରାଯାଏ।  

Chinese Scammer Fake Nude Call Online Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe