Advertisment

କଥା କହି ପାରୁନାହାନ୍ତି ଯୁବତୀ, କିନ୍ତୁ ୭ ମାସର ସନଃସତ୍ତ୍ୱା

ଦିବ୍ୟାଙ୍ଗ ଓ ମାନସିକ ବିକୃତର ସୁଯୋଗ ନେଇ କୌଣସି ନର ରାକ୍ଷସ ପଦ୍ମାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ପଦ୍ମା ଗର୍ଭବତୀ ହୋଇଯାଇଛନ୍ତି। ପାଟି ଖୋଲୁନଥିବାରୁ ନିଜ ଦେହର ଯନ୍ତ୍ରଣା କାହାକୁ କହିପାରୁନାହାନ୍ତି।

author-image
Manoranjan Sial
undefined

Stop Rape

ପାଟି ଖୋଲୁନି। ଠିକ୍‌ରେ ଚାଲି ପାରୁନାହାନ୍ତି। ମାନସିକ ବିକୃତ। କିନ୍ତୁ ଯୁବତୀ ଜଣକ ୭ ମାସର ସନଃସତ୍ତ୍ୱା। ଏପରି ଅଭିଯୋଗ ଆସିଛି ସମ୍ୱଲପୁର ଜଲ୍ଲାରୁ। ଦିବ୍ୟାଙ୍ଗ ଝିଅ ୭ ମାସର ସନଃସତ୍ତ୍ୱା ହୋଇଥିବା କଥା ଶୁଣି ବାପା-ମାଆଙ୍କ ଆଖିରୁ ଅନବରତ ଝରୁଛି ଲୋହ। ଲୋକ ଲଜ୍ଜ୍ୟା ଭୟରେ ସେମାନେ ଏ କଥା କାହାକୁ କହିବାକୁ ସାହସ କରିପାରୁନାହାନ୍ତି। ଏପରିକି ଥାନାକୁ ମଧ୍ୟ ଯାଇପାରୁନାହାନ୍ତି।

Advertisment

ଜମନକିରା ଥାନା ଅଞ୍ଚଳର ପଦ୍ମା(ଛଦ୍ମନାମ)। ଜଣେ ଦିବ୍ୟାଙ୍ଗ ଓ ମାନସିକ ବିକୃତ। କଥା କହିବା ପାରୁନାହାନ୍ତି। ଠିକ୍‌ରେ ଚାଲି ମଧ୍ୟ ପାରୁନାହାନ୍ତି। ପଦ୍ମାଙ୍କ ବାପା ପ୍ରତି ଦିନ ଗୋରୁ ଚରାଇବାକୁ ଯାଉଥିବା ବେଳେ ମାଆ ଓ ସାନ ଭଉଣୀ କାମ ଦାମ କରିବାକୁ ଯାଆନ୍ତି। ଘରେ ପଦ୍ମାଙ୍କ ସମେତ ୩ ମାନସିକ ବିକୃତ ଭଉଣୀ ରୁହନ୍ତି।

ଦିବ୍ୟାଙ୍ଗ ଓ ମାନସିକ ବିକୃତର ସୁଯୋଗ ନେଇ କୌଣସି ନର ରାକ୍ଷସ ପଦ୍ମାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ପଦ୍ମା ଗର୍ଭବତୀ ହୋଇଯାଇଛନ୍ତି। ପାଟି ଖୋଲୁନଥିବାରୁ ନିଜ ଦେହର ଯନ୍ତ୍ରଣା କାହାକୁ କହିପାରୁନାହାନ୍ତି। ଯେଉଁଥିପାଇଁ ପଦ୍ମାଙ୍କ ଗର୍ଭରେ ବଢ଼ୁଛି ପିଲା। ତେବେ ଦେହର ଯନ୍ତ୍ରଣା ବଢ଼ୁଥିବାରୁ କାନ୍ଦିଥିଲେ ପଦ୍ମା। ଏହା ପରେ ପରିବାର ଲୋକେ ତାଙ୍କୁ ମେଡ଼ିକାଲ୍‌ ନେଇଥିଲେ।

Advertisment

ମେଡିକାଲ୍‌ରେ ଯାଞ୍ଚ ପରେ ପଦ୍ମା ଗର୍ଭବତୀ ହୋଇଥିବା ଡାକ୍ତର କହିଥିଲେ। ଏହା ପରେ ପରିବାର ଲୋକଙ୍କ ଅକଲ ଗୁଡୁମ ହୋଇଯାଇଥିଲା। ଝିଅର ଏପରି ଅବସ୍ଥା ଦେଖି ବାପା ମାଆ ଭାଙ୍ଗି ପଡ଼ିଥିଲେ। ବର୍ତ୍ତମାନ ପଦ୍ମ ୭ ମାସର ଗର୍ଭବତୀ। ବୁର୍ଲା ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ପାଖରେ ଏତେ ଟଙ୍କା କାହିଁ ଯେ ଝିଅକୁ ବୁର୍ଲା ନେବେ? ତେଣୁ ପୀଡ଼ିତାଙ୍କ ପରିବାର ଲୋକ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗ ଲୋଡ଼ିଥିଲେ।

ପଦ୍ମାଙ୍କ ଦୁଃଖ ଦେଖି ସହାୟତାର ହାତ ବଢ଼ାଇଛନ୍ତି ଅଙ୍ଗନବାଡ଼ି ଦିଦି। ସେପଟେ ନିରାପଦ ମାତୃତ୍ୱ ପାଇଁ ଅଞ୍ଚଳବା ବାସୀ କାମନା କରିଛନ୍ତି। ପଦ୍ମାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ରିପୋର୍ଟ- କୁଚିଣ୍ଡାରୁ ଦେବେନ୍ଦ୍ର ବେହେରା

Sambalpur Rape