ଓଡ଼ିଶା ମହୁଲରେ ପଡ଼େଶୀ ରାଜ୍ୟର ବ୍ୟବସାୟୀ ମାଲାମାଲ। ଓଡ଼ିଶାର ମହୁଲକୁ ଓଡିଆ ଲୋକଙ୍କୁ ବିକ୍ରି କରି ମାଲିକ ସାଜିଛନ୍ତି ବିହାରି ବାବୁ। ବଲାଙ୍ଗିରରେ ମଦ ବ୍ୟବସାୟୀଙ୍କ ଘରେ ଆଇ.ଟି ରେଡ୍ ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । କାରଣ ଅବିଭକ୍ତ ବିହାର, ଆଉ ଏବେକାର ଝାରଖଣ୍ଡ ରାଜ୍ୟର ମୂଳ ବାସିନ୍ଦା ଦୀପକ ସାହୁ ଓ ସଂଜୟ ସାହୁ ବଲାଙ୍ଗିରରେ ଚଳାଇଥିଲେ ଦେଶୀ ମଦର ସାମ୍ରାଜ୍ୟ।