Advertisment

ଗଞ୍ଜେଇ ଚାଲାଣ କରୁଥିବା ୫ ଛାତ୍ରଙ୍କ ସମେତ ୮ ଗିରଫ

ସେମାନଙ୍କ ଭିତରେ ୨ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣକାରୀ ମଧ୍ୟ ଅଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
8 Including 5 College Students Arrested

8 Including 5 College Students Arrested

ଗଞ୍ଜେଇ ଚାଲାଣ କରୁଥିବା ୫ ଛାତ୍ରଙ୍କ ସମେତ ମୋଟ ୮ ଜଣ ଗିରଫ। ସେମାନଙ୍କ ଭିତରେ ୨ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ମଧ୍ୟ ଅଛନ୍ତି। କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ପୁଲିସ ଏମାନଙ୍କୁ ଧରିଛି। ଅଭିଯୁକ୍ତମାନେ ହେଲେ ନନ୍ଦପୁରର ସଦାନନ୍ଦ ଗୁଣ୍ଠା ଓ ଦଳେଇପୁଟର ଭୀଷ୍ମ ଗୁଣ୍ଠା, ଯୋଗେଶ ଖଡା, ଦାମୋଦର ଗୁଣ୍ଠା, ଦାମୋଦର ଖରା, ଲକ୍ଷ୍ମୀଧର ଖିଲ ଏବଂ ଦାମନଯୋଡ଼ି ରେଳ ଷ୍ଟେସନ ନିକଟରେ ଅପେକ୍ଷା କରିଥିବା ବିହାର ଅଞ୍ଚଳର ସଦାମ ହୁସେନ ଓ ରାହୁଲ କୁମାର। 

Advertisment

ସୂଚନା ମୁତାବକ, ୬ ଜଣ ଅଭିଯୁକ୍ତ ପାଡୁଆ ଅଞ୍ଚଳରୁ ଏକ କାର ଯୋଗେ ଦାମନଯୋଡି ଷ୍ଟେସନକୁ ଗଞ୍ଜେଇ ନେଇ ଯାଉଥିଲେ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ନନ୍ଦପୁର ଥାନାଧିକାରୀ ପ୍ରଫୁଲ୍ଲ ଲାକ୍ରା, ଏସଆଇ ଦୀପ୍ତିମୟି ଧାରୁଆ, ଏସଆଇ ବେଦୋବର ସାହୁଙ୍କ ଏକ ଟିମ ଚଢ଼ାଉ କରି ନନ୍ଦପୁର ନିକଟରେ ଗାଡିମୋଟର ଯାଞ୍ଚ କରୁଥିବା ବେଳେ ଅଭିଯୁକ୍ତମାନଙ୍କୁ ଧରିଥିଲେ। କାର ଭିତରୁ ଗୋଟିଏ ବସ୍ତା ଗଞ୍ଜେଇ ଜବତ କରିଥିଲେ। ପରେ ରେଳ ଷ୍ଟେସନ ନିକଟରେ ଚଢ଼ାଉ କରାଯାଇ ଗଞ୍ଜେଇ ହାତେଇବାକୁ ଅପେକ୍ଷା କରିଥିବା ଅନ୍ୟ ଦୁଇ ଆନ୍ତଃରାଜ୍ୟ ମାଫିଆଙ୍କୁ ଗିରଫ କରାଯାଇଥିଲା। ଜବତ ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା। ଯାହାର ପରିମାଣ ୩୫ କିଲୋ ୮୦୦ ଗ୍ରାମ ହୋଇଛି।

ପୁଲିସ ସମସ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ ଭର୍ତ୍ତି କାରକୁ ଜବତ କରିଛି। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଛାତ୍ରମାନେ ଅବାଟରେ ପାଦ ଦେଉଥିବାରୁ ଏଥିପ୍ରତି ଅଭିଭାବକ ଓ କଲେଜ କର୍ତ୍ତୃପକ୍ଷମାନେ ଦୃଷ୍ଟି ଦେବାକୁ ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି।

Advertisment

ରିପୋର୍ଟ- ଲମତାପୁଟରୁ ଜଗତ ଜୀବନ

Police Criminal Arrested Ganja