/odisha-reporter/media/post_attachments/uploadimage/library/16_9/16_9_0/Police_1720695068.jpg)
Police
ରାଜ୍ୟରେ ବଢ଼ି ଚାଲିଛି ସାଇବର ଅପରାଧ। ୨୦୨୪ ଜାନୁଆରୀରୁ ଜୁନ- ୬ ମାସ ମଧ୍ୟରେ ଭୁବନେଶ୍ୱରରେ ସାଇବର ଅପରାଧ ଜନିତ ୨ ହଜାର ୩୯୪ଟି ରିପୋର୍ଟ ଥାନାକୁ ଆସିଛି। ଏଥି ମଧ୍ୟରୁ ୧୧୦ଟି ମାମଲା ପଞ୍ଜୀକୃତ ହୋଇଛି। ଏସବୁ ମାମଲାରେ ମୋଟ ୩୬ କୋଟି ଟଙ୍କା ଠକି ନେଇଛନ୍ତି ସାଇବର ଅପରାଧୀ।
Advertisment
ଘଟଣାର ତଦନ୍ତ ବେଳେ ବିଭିନ୍ନ ଆକାଉଣ୍ଟରେ ୯ କୋଟି ୫୦ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି। ଠକେଇର ଶିକାର ହୋଇଥିବା ଲୋକମାନେ ମୋଟ ୪୬ ଲକ୍ଷ ଟଙ୍କା ଫେରିପାଇଲେଣି। ସାଇବର ଠକେଇ ମାମଲା ମଧ୍ୟରୁ ଅଧିକାଂଶ ୟୁପିଆଇ ଠକେଇ, ସୋଶାଆଲ ମିଡ଼ିଆ ଠକେଇ, ପାର୍ସଲ ଜନିତ ଠକେଇ ଓ ସିମ୍ କେୱାଇସି ନେଇ ମେସେଜ ଦେବା ସଂପର୍କିତ ଠକେଇ ରହିଛି।
ସାଇବର ଅପରାଧର ତଦନ୍ତ କରି କମିଶନରେଟ୍ ପୁଲିସ ଏ ପର୍ଯ୍ୟନ୍ତ ୨୧ ଜଣ ସାଇବର ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି। ଏମାନଙ୍କ ମଧ୍ୟରେ ୫ ଜଣ ଆନ୍ତଃରାଜ୍ୟ ସାଇବର ଠକ ରହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
