Advertisment

ପୁଲିସକୁ ଆକ୍ରମଣ ଘଟଣାରେ ୨୨ ମହିଳାଙ୍କ ସମେତ ୩୮ ଗିରଫ

ଲୋକଙ୍କ ସଂଘବଦ୍ଧ ଅତର୍କିତ ଆକ୍ରମଣରେ ବେତନଟୀ ଏସଡିପିଓ ସୁଦର୍ଶନ ଦାସଙ୍କ ମୁଣ୍ଡ ଫାଟିଥିବା ବେଳେ ଆଇଆଇସି ଉମାଶଙ୍କର ନାୟକଙ୍କ ହାତ ଭାଙ୍ଗିଛି।

Accused

Accused

Advertisment

ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଳପାଳ ଗାଁରେ ପୁଲିସକୁ ଆକ୍ରମଣ ଘଟଣାରେ ୩୮ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ୨୨ ଜଣ ମହିଳା ଅଛନ୍ତି। 

Advertisment

ଜମି ବିବାଦକୁ ନେଇ ଗତକାଲି ବେଳପାଳ ଗାଁରେ ଜଣେ ବ୍ୟକ୍ତି ଙ୍କୁ ଆକ୍ରମଣ ହୋଇଥିଲା। ଏହା ପରେ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିବା ଦୁଇ ଭାଇଙ୍କୁ ଗିରଫ କରିବା ଦାବିରେ ବେଳପାଳ ଛକରେ ରାସ୍ତା ଅବରୋଧ କରିଥିଲେ। ତେବେ ପୁଲିସ ସନ୍ଧ୍ୟା ସୁଦ୍ଧା ନ ପହଞ୍ଚିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସନ୍ଧ୍ୟାରେ ବେତନଟୀ ଏସଡିପିଓ ସୁଦର୍ଶନ ଦାସ, ବଡ଼ସାହି ଆଇଆଇସି ଓ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ସେହି ସମୟରେ କିଛି ଲୋକ ହଠାତ୍ ପୁଲିସ ଉପରକୁ ଆକ୍ରମଣ କରିଥିଲେ। 

ଲୋକଙ୍କ ସଂଘବଦ୍ଧ ଅତର୍କିତ ଆକ୍ରମଣରେ ବେତନଟୀ ଏସଡିପିଓ ସୁଦର୍ଶନ ଦାସଙ୍କ ମୁଣ୍ଡ ଫାଟିଥିବା ବେଳେ ଆଇଆଇସି ଉମାଶଙ୍କର ନାୟକଙ୍କ ହାତ ଭାଙ୍ଗିଛି। ଏହା ସହିତ ଜଣେ ମହିଳା ଏଏସଆଇ ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା।

Advertisment

ଆଜି ପୁଲିସ ଏହି ଘଟଣାରେ ୨୨ ଜଣ ମହିଳାଙ୍କ ସମେତ ୩୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ୧୪ରୁ ଅଧିକ ଦଫା ଲଗାଯାଇ ସେମାନଙ୍କୁ ଗିରଫ କରାଯାଇଛି।

ରିପୋର୍ଟ- ବାରିପଦାରୁ ମାନିକ୍ ଲାଲ୍ ପାଣି

Police Group Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe