Advertisment

ପତ୍ନୀଙ୍କ ଭ୍ୟାନିଟ୍‌ରେ ରଖିଥିଲେ ସାଢ଼େ ୪ ଲକ୍ଷ, ରାସ୍ତାରେ ଭିଡ଼ି ନେଲେ ଦୁର୍ବୃତ୍ତ

ଆଜି ଦିନ ପ୍ରାୟ ୧୧ଟା ବେଳେ ସେମାନେ ଏକ ବାଇକରେ ଲାଞ୍ଜିପଲି ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
Elderly couple robbed

Elderly couple robbed

ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ପତ୍ନୀଙ୍କ ଭ୍ୟାନିଟ୍‌ ବ୍ୟାଗ୍‌ରେ ସାଢ଼େ ୪ ଲକ୍ଷ ଟଙ୍କା ରଖିଥିଲେ। ତେବେ ବାଟରେ ଯିବା ବେଳେ ପତ୍ନୀଙ୍କ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ବାଇକ୍‌ରେ ଆସିଥିବା ଲୁଟେରାମାନେ ଭିଡ଼ି ନେଇଛନ୍ତି। ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆଙ୍କୁଲି ଓଭର ବ୍ରିଜ ନିକଟରେ ଏହି ଘଟଣା ଘଟିଛି। ଲୁଟ୍‌ର ଶିକାର ଦମ୍ପତି ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ ଲୁଟେରାଙ୍କୁ ଧରିବାକୁ ତନାଘନା ଆରମ୍ଭ କରିଛି।

Advertisment

ଏହି ଦମ୍ପତିଙ୍କ ଘର ରଙ୍ଗେଇଲୁଣ୍ଡା ବ୍ଲକ ଆରୁଆପଲି ଅଞ୍ଚଳରେ। ସେମାନେ ହେଲେ ପ୍ରଭାକର ପଟ୍ଟନାୟକ ଓ କୁମାରୀ ପଟ୍ଟନାୟକ। ଆଜି ଦିନ ପ୍ରାୟ ୧୧ଟା ବେଳେ ସେମାନେ ଏକ ବାଇକରେ ଲାଞ୍ଜିପଲି ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ। ସେଠାରେ ୫ଲକ୍ଷ ୩୦ହଜାର ଟଙ୍କା ଉଠାଇଥିଲେ।

ପ୍ରଭାକର ତାଙ୍କ ପତ୍ନୀଙ୍କ ଭ୍ୟାନିଟ୍‌ରେ ୪ଲକ୍ଷ ୫୦ହଜାର ଟଙ୍କା ରଖିବା ପରେ ଅନ୍ୟ ଏକ ବ୍ୟାଗରେ ୭୦ହଜାର ଟଙ୍କା ରଖିଥିଲେ। ବଳକା ୧୦ହଜାର ଟଙ୍କା ନିଜ ଝିଅ ଆକାଉଣ୍ଟରେ ଜମା କରିଥିଲେ। ସେଠାରୁ ବାଇକ୍ ଯୋଗେ ଦୁହେଁ ଆଙ୍କୁଲି ଓଭର ବ୍ରିଜ ଦେଇ ଘରକୁ ଫେରୁଥିଲେ।

Advertisment
Police investigation ପୁଲିସ ତଦନ୍ତ କରୁଛି।

ଦୁଇ ଜଣ ଯୁବକ ବ୍ୟାଙ୍କ ନିକଟରୁ ଉଭୟଙ୍କୁ ବାଇକରେ ପିଛା କରିଥିଲେ। ଯାହାକୁ ଜାଣି ପାରି ନ ଥିଲେ ଉକ୍ତ ଦମ୍ପତି। ଆଙ୍କୁଳି ଓଭର ବ୍ରିଜ ନିକଟରେ ଦୁର୍ବୃତ୍ତମାନେ ରାସ୍ତା ଶୂନଶାନ ଥିବା ଦେଖି ଦମ୍ପତିଙ୍କ ବାଇକକୁ ଧକ୍କା ଦେଇଥିଲେ। ତେବେ ସୌଭାଗ୍ୟକୁ ସେମାନେ ବାଇକ୍‌ରୁ ପଡ଼ିଯାଇ ନ ଥିଲେ। ହେଲେ ଭୟରେ ଦମ୍ପତି ନିଜ ବାଇକକୁ ରାସ୍ତା ପାଖରେ ରଖିବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ବୃତ୍ତମାନେ ମହିଳାଙ୍କ ପାଖରେ ଥିବା ଭ୍ୟାନିଟ୍‌କୁ ଝାଂପି ନେଇ ପଳାଇଥିଲେ।

ପରେ ପ୍ରଭାକର ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏତଲାକୁ ଭିତ୍ତି କରି ସମ୍ପୃକ୍ତ ବ୍ୟାଙ୍କ ଓ ରାସ୍ତାରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଧରିବାକୁ ଚଢ଼ାଉ ଆରମ୍ଭ କରିଛି।

Ganjam Loot Odisha Crime