Advertisment

ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ, ୪ରୁ ୬ ନକ୍ସଲ ମୃତାହତ ସୂଚନା

ଅଧିକାରୀ ଜଣଙ୍କ କହିଛନ୍ତି ଯେ ଛୋଟେକେଡୱାଲ ଗାଁ ନିକଟରେ ଥିବା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା। ଏହି ଅପରେସନ ବେଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

author-image
Hemant Lenka
Naxal

Naxal

ଛତିଶଗଡ଼ର ନକ୍ସଲ ପ୍ରବଣ ସୁକମା ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ପ୍ରବଳ ଗୁଳି ବିନିମୟରେ ୪ରୁ ୬ ଜଣ ହାର୍ଡକୋର ମାଓବାଦୀ ମୃତାହତ ହୋଇଛନ୍ତି ବୋଲି ପ୍ରଶାସନ କହିଛି। ତେବେ ଏଯାଏ କୌଣସି ନକ୍ସଲଙ୍କ ମୃତଦେ ମିଳିନାହିଁ।

Advertisment

ସେହିପରି ସୁରକ୍ଷିତ ରହିଥିବା ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ କିମ୍ବା ଆହତ ହୋଇଥିବା ସେମାନଙ୍କ ସାଥୀଙ୍କୁ ଜଙ୍ଗଲ ଭିତରକୁ ନେଇ ଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଅଧିକାରୀ ଜଣଙ୍କ କହିଛନ୍ତି ଯେ ଛୋଟେକେଡୱାଲ ଗାଁ ନିକଟରେ ଥିବା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା। ଏହି ଅପରେସନ ବେଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ରାଜ୍ୟ ପୁଲିସ୍‌ର ଡିଆରଜି ଓ ସିଆରପିଏଫର କୋବ୍ରା ବାହିନୀର ଯବାନମାନେ ଏହି ଅପରେସନରେ ସାମିଲ ଥିଲେ।

Advertisment

ଜଙ୍ଗଲରେ କିସ୍ତାରାମ ଏରିଆ କମିଟି ମୁଖ୍ୟ ଓ ଡିଭିଜନାଲ କମିଟି ସଦସ୍ୟ ରାଜୁ, ପ୍ଲାଟୁନ ନମ୍ବର ୮ ମାସାର ଇନଚାର୍ଜ ସହ ୩୦ରୁ ୩୫ ଜଣ ମାଓବାଦୀ ଉପସ୍ଥିତ ଥିବା ସୂଚନା ମିଳିଥିଲା। ଏମାନେ ସମସ୍ତେ ସହିଦ ସପ୍ତାହ ପାଳନ ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମାଓବାଦୀ ଦମନ ଅଭିଯାନ ଆରମ୍ଭ ହୋଇଥିଲା।

ଜଙ୍ଗଲ ମଧ୍ୟରେ ସୁରକ୍ଷାକର୍ମୀମାନେ ଆଗକୁ ବଢ଼ୁଥିବା ବେଳେ ନକ୍ସଲମାନଙ୍କ ମଧ୍ୟରୁ ଗୁଳି ମାଡ଼ କରାଯାଇଥିଲା। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀ ଦେଇଥିଲେ। ଫଳରେ ଦୁଇ ପକ୍ଷଙ୍କ ମଧ୍ୟରେ ଦୀର୍ଘ ଗୋଟିଏ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା।

ଏହି ସମୟରେ ୪ରୁ ୬ ଜଣ ମାଓବାଦୀ ମୃତାହତ ହୋଇଛନ୍ତି। ତେବେ ସେଠାରେ ଉପସ୍ଥିତ ଥିବା ମାଓବାଦୀମାନେ ଗୁଳିମାଡ଼ରେ ମୃତାହତ ହୋଇଥିବା ସେମାନଙ୍କ ସାଥୀଙ୍କୁ ଜଙ୍ଗଲ ଭିତରକୁ ନେଇ ଯାଇଛନ୍ତି। ଏବେ ବି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବା ଅଧିକାରୀ ଜଣଙ୍କ କହିଛନ୍ତି।

Chhattisgarh Naxal Naxal Dead