Advertisment

ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା ଘଟଣା: ବନ୍ଧା ହେଲେ ୪ ଅଭିଯୁକ୍ତ

ଦୈନିକ ଜାଗରଣ ପାଇଁ କାମ କରୁଥିବା ୩୫ ବର୍ଷୀୟ ବିମଳ କୁମାର ଯାଦବଙ୍କୁ ଗତକାଲି ସକାଳେ ହତ୍ୟା କରାଯାଇଥିଲା।

ଅଦ୍ୟତନ ହୋଇଛି
Journalist

Journalist

Advertisment

ବିହାରର ଅରରିୟାରେ ଗତକାଲି ସାମ୍ବାଦିକ ବିମଳ କୁମାର ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ବାନ୍ଧିଛି। ଆଜି ସକାଳୁ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୁଲିସ୍‌ ସୂଚନା ଦେଇଛି।

Advertisment

ବିମଳଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲେ। ଲିଖିତ ଅଭିଯୋଗରେ ସେ ୮ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ସେଥିମଧ୍ୟରୁ ଆଜି ସକାଳେ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ତେବେ ସେମାନଙ୍କ ନାମ ପ୍ରଘଟ କରାଯାଇ ନାହିଁ।

ଦୈନିକ ଜାଗରଣ ପାଇଁ କାମ କରୁଥିବା ୩୫ ବର୍ଷୀୟ ବିମଳ କୁମାର ଯାଦବଙ୍କୁ ଗତକାଲି ସକାଳେ ହତ୍ୟା କରାଯାଇଥିଲା। ଭୋର ପ୍ରାୟ ୫.୩୦ରେ ବନ୍ଧୁକଧାରୀମାନେ ତାଙ୍କ କବାଟ ବାଢ଼େଇଥିଲେ। ସେ ଦ୍ୱାର ଖୋଲିବା ମାତ୍ରେ ସେମାନେ ତାଙ୍କ ଛାତିକୁ ଗୁଳି ମାଡ଼ କରିଥିଲେ। ଫଳରେ ବିମଳ କୁମାର ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ।

Advertisment

ଗତକାଲି ସକାଳ ବିମଳ କୁମାରଙ୍କ ପତ୍ନୀ ପୂଜା ଦେବୀZds  ଜୀବନରେ କଳା ବାଦଲ ଆଣି ଦେଇଥିବା ବେଳେ ସେ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛନ୍ତି। ଗତକାଲିର ଛାତିଥରା ଘଟଣା ମନେ ପକାଇ ସେ କହିଛନ୍ତି, ସକାଳୁ ଘର କବାଟ କେହି ବାଡ଼େଇବା ଶବ୍ଦ ଶୁଣିବାକୁ ପାଇଲୁ। ଏଥିସହ ପପୁ ଭାଇ ବାହାରକୁ ଆସ ବୋଲି କିଏ କହିବାର ଶୁଣିଲୁ। ସମସ୍ତେ ଶୋଇଥିବା ବେଳେ ମୋ’ ସ୍ୱାମୀ କବାଟ ଖୋଲିଲେ। ଏହାପରେ ହଠାତ୍‌ ଗୁଳି ଶବ୍ଦ ଶୁଣି କବାଟ ନିକଟକୁ ଦୌଡ଼ିଗଲି। ସେଠାରେ ମୋ’ ସ୍ୱାମୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବେଳେ କହିଲେ, ପୂଜା ସେମାନେ ମୋତେ ଗୁଳି କରିଦେଲେ ବୋଲି  ଚେତାଶୂନ୍ୟ ହୋଇ ଯାଇଥିଲେ। ମେଡିକାଲ ନେବାରୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ।

ଏଥିସହ ସେ କହିଛନ୍ତି, ୨ ବର୍ଷ ତଳେ ବିମଳଙ୍କ ସାନ ଭାଇ କୁମାର ଶଶିଭୂଷଣଙ୍କୁ ସମାନ ଢଙ୍ଗରେ ହତ୍ୟା କରାଯାଇଥିବା ବେଳେ ସେ ଏକମାତ୍ର ସାକ୍ଷୀ ଥିଲେ। ତେଣୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ସବୁବେଳେ କହୁଥିଲ। ତେଣୁ ସାକ୍ଷ୍ୟ ଦେବାକୁ ମନା କରିବା ସତ୍ତ୍ୱେ ସେ ନିଜ ଜିଦ୍‌ରେ ଅଟଳ ଥିଲେ। ହେଲେ ଏହା ପୂର୍ବରୁ ଏପରି ଘଟଣା ଘଟି ମୋ’ ସଂସାର ଛାରଖାର ହୋଇ ଯାଇଥିବା ପୂଜା କହିଛନ୍ତି।

 ଏହି ଘଟଣା ଉପରେ ନିଜ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତକାଲି ଏହାକୁ ଏକ ଦୁଃଖଦ ଘଟଣା ବୋଲି କହିଥିଲେ। ଏଥିସହ ହତ୍ୟା ସମ୍ପର୍କରେ ଶୁଣିବା ମାତ୍ରେ ସେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଏହି ହତ୍ୟା ଘଟଣାକୁ ନେଇ ବିରୋଧୀ ଦଳଗୁଡ଼ିକ ନୀତୀଶ କୁମାରଙ୍କ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିହାରରେ ଗଣତନ୍ତ୍ର ବିପଦରେ ଥିବା ସେମାନେ ଅଭିଯୋଗ କରିଛନ୍ତି।

Murder Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe