Advertisment

ମାଂସ ଖାଇବାକୁ ଘରକୁ ଡ଼ାକି ନେଇ ହତ୍ୟା, ଧରାପଡ଼ିଲେ ନାରକୀୟ କାଣ୍ଡ ଘଟାଇଥିବା ୪ ଭାଇ

ସନ୍ଧ୍ୟା ସମୟରେ ୪ ଅଭିଯୁକ୍ତ ମାଂସ ଖାଇବାକୁ ପାଉଲକୁ ଘରୁ ଡାକି ନେଇଥିଲେ। ଏହି ସମୟରେ ଗାଁ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ପାଉଲକୁ ଅଭିଯୁକ୍ତମାନେ ପଥରରେ ଛେଚି ହତ୍ୟା କରିଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
Accuse

Accuse

ଗୁଣି ଗାରେଡି ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି  ଜଣକୁ ହତ୍ୟା ଅଭିଯୋଗରେ ୪ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଲିସ। ସେମାନେ ହେଲେ ବାଲିଗୁଡା ଥାନା ବୁଡ଼ାଗୁଡା ପଞ୍ଚାୟତର ଗେରେଙ୍ଗାକିଆ ଗ୍ରାମର ବିନ୍ଦୁ ପ୍ରଧାନ, ପୁନ ପ୍ରଧାନ, ଟୁନିଆ ପ୍ରଧାନ ଓ ଗୁଣି ପ୍ରଧାନ।

Advertisment

ସେମାନେ ଗୁଣି ଗାରେଡ଼ି ସନ୍ଦେହରେ ଗେରେଙ୍ଗାକିଆ ଗ୍ରାମର ପାଉଲ ପ୍ରଧାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଗତ ମାର୍ଚ୍ଚ ୧୪ ତାରିଖରେ ଗାଁରେ ପୋଢ଼ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସେହି ଦିନ ସନ୍ଧ୍ୟା ସମୟରେ ୪ ଅଭିଯୁକ୍ତ ମାଂସ ଖାଇବାକୁ ପାଉଲକୁ ଘରୁ ଡାକି ନେଇଥିଲେ। ଏହି ସମୟରେ ଗାଁ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ପାଉଲକୁ ଅଭିଯୁକ୍ତମାନେ ପଥରରେ ଛେଚି ହତ୍ୟା କରିଥିଲେ।

ହତ୍ୟାର ୨ ଦିନ ପରେ ପାଉଲ ପ୍ରଧାନର ମୃତ ଦେହ ମିଳିବା ପରେ ପୁଲିସ ଛାନଭିନ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ହତ୍ୟାକାଣ୍ଡର ସିନ୍‌ ରିକ୍ରିଏସ୍‌ ମଧ୍ୟ ପୁଲିସ କରିଛି। ଅଭିଯୁକ୍ତମାନେ କିପରି ପାଉଲକୁ ହତ୍ୟା କରିଥିଲେ ଓ ପରିତ୍ୟକ୍ତ ସ୍ଥାନରେ ମୃତଦେହ ଫୋପାଡ଼ି ଦେଇଥିଲେ ତାହାର ସିନ୍‌ କରି ଦେଖାଇଥିଲେ।

Advertisment
Kandhamal Crime Killers