Advertisment

କୋର୍ଟଙ୍କୁ ପୁଲିସ୍‌ କର୍ମୀଙ୍କ ଗୁହାରି - ଆମକୁ ଦଣ୍ଡିତ କରନ୍ତୁ ନାହିଁ, ଆମେ ପୀଡ଼ିତଙ୍କୁ କ୍ଷତିପୂରଣ ଦେବୁ

‘ଆମକୁ ଦଣ୍ଡିତ କରନ୍ତୁ ନାହିଁ। ଏହାଦ୍ୱାରା ଆମ କ୍ୟାରିଅର ଖରାପ ହୋଇଯିବ । ଏହା ପରିବର୍ତ୍ତେ ଆମେ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରିବୁ ।’ ଗୁଜରାଟ ହାଇକୋର୍ଟରେ ଗତକାଲି ଏପରି ଗୁହାରୀ କରିଛନ୍ତି ୪ ପୁଲିସ୍‌ କର୍ମୀ।

author-image
Niharika Rout
ଅଦ୍ୟତନ ହୋଇଛି
Gujarat HC

Gujarat HC

‘ଆମକୁ ଦଣ୍ଡିତ କରନ୍ତୁ ନାହିଁ। ଏହାଦ୍ୱାରା ଆମ କ୍ୟାରିଅର ଖରାପ ହୋଇଯିବ । ଏହା ପରିବର୍ତ୍ତେ ଆମେ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରିବୁ ।’ ଗୁଜରାଟ ହାଇକୋର୍ଟରେ ଗତକାଲି ଏପରି ଗୁହାରି କରିଛନ୍ତି ୪ ପୁଲିସ୍‌ କର୍ମୀ।

Advertisment

ଗତବର୍ଷ ଅକ୍ଟୋବରରେ ନବରାତ୍ରୀ ଉତ୍ସବ ସମୟରେ ଖେଡାର ଅନ୍ଧେଲା ଗାଁରେ ଗରବା ନୃତ୍ୟ ପରିବେଷଣ ହେଉଥିଲା । ଉକ୍ତ ସମୟରେ ମୁସଲିମ୍‌ ସମ୍ପ୍ରଦାୟର କିଛି ଯୁବକ ସେଠାରେ ପହଞ୍ଚି ଭିଡ଼ ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ବହୁ ସାଧାରଣ ଲୋକ ଓ ପୁଲିସ୍‌ କର୍ମୀ ବି ଆହତ ହୋଇଥିଲେ।

ଏହାପରେ ପୁଲିସ୍‌ କର୍ମୀ ପଥର ମାଡ଼ କରିଥିବା ଅଭିଯୋଗରେ ୧୩ ଜଣଙ୍କୁ ଗିରଫ କରିଥିଲା। ସେଥିରୁ ପୁଲିସ୍‌ ସର୍ବସମ୍ମୁଖରେ ୩ ଜଣଙ୍କୁ ପିଟୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାକୁ ନେଇ କିଛି ପୀଡ଼ିତ ନ୍ୟାୟ ପାଇଁ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ। ଏଥିସହ ପୁଲିସ୍‌ କର୍ମୀ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶର ଅବମାନନା କରି ଅଦାଲତର ଅବମାନନା କରିଥିବା ଯୁକ୍ତି ବାଢ଼ିଥିଲେ। 

Advertisment

ଏହି ମାମଲାର ଶୁଣାଣି ଚାଲିଥିବା ବେଳେ କୋର୍ଟ ସମ୍ପୃକ୍ତ ୪ ପୁଲିସ୍‌ କର୍ମୀଙ୍କୁ ଦୋଷୀ ସାବ୍ୟସ୍ତ କରି ସାରିଛନ୍ତି। ସେମାନେ ପୀଡ଼ିତଙ୍କୁ ଖମ୍ବରେ ବାନ୍ଧି ଅତି ନିର୍ମମ ଭାବେ ପିଟିଥିବା କୋର୍ଟ କହିଛନ୍ତି। ମାତ୍ର ଏହି ମାମଲାରେ ଦଣ୍ଡାଦେଶ ଶୁଣାଣି ପୂର୍ବରୁ ଅଭିଯୁକ୍ତଙ୍କ ଓକିଲ କୋର୍ଟଙ୍କୁ ଗୁହାରି କରି ତାଙ୍କ ମହକିଲଙ୍କ ଉପରେ ଦଣ୍ଡ ବ୍ୟବସ୍ଥା କୋହଳ କରିବାକୁ ଅନୁରୋଧ କରିଛନ୍ତି।

ଅଭିଯୁକ୍ତ ପୁଲିସ୍‌ କର୍ମୀଙ୍କ ଓକିଲଙ୍କ କହିବାନୁଯାୟୀ, ମୋ’ ମହକିଲମାନେ ବହୁ ବର୍ଷ ହେଲା ଚାକିରି କରି ଆସୁଛନ୍ତି। ଏବେ ସେମାନଙ୍କ ଉପରେ ଦଣ୍ଡାଦେଶ ଲାଗୁ ହେଲେ ଏହାର ପ୍ରଭାବ ସେମାନଙ୍କ କ୍ୟାରିଅର ଉପରେ ପଡ଼ିବ । ତେଣୁ ଏହା ପରିବର୍ତ୍ତେ ସେମାନେ ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ରାତି ଅଛନ୍ତି ।

ଏ ସମ୍ପର୍କରେ ପୀଡ଼ିତଙ୍କୁ ଜଣାଇବା ପରେ ଏହି ପ୍ରସ୍ତାବରେ ସେମାନଙ୍କ ସମ୍ମତି ଅଛି ନା ନାହିଁ କୋର୍ଟଙ୍କୁ ଜଣାଇବେ ବୋଲି ତାଙ୍କ ଓକିଲ କହିଛନ୍ତି। ଫଳରେ ଅଭିଯୋଗକାରୀଙ୍କ ମତାମତ ଜଣାପଡ଼ିବା ପରେ ପରବର୍ତ୍ତୀ ଶୁଣାଣି ହେବ କହି ବିଚାରପତି ଏହି ମାମଲାର ଶୁଣାଣିକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।

Gujarat High Court Of Gujarat