/odisha-reporter/media/post_attachments/uploadimage/library/16_9/16_9_0/Arrest_1726128993.jpg)
Arrest
ବର୍ଷ ବର୍ଷ ହେଲା ମହାବଳ ବାଘ ଶିକାର କରୁଥିଲେ। ତାହାର ଚମଡ଼ା ଓ ଦାନ୍ତକୁ ବିକି ମାଲେମାଲ ହେଉଥିଲେ। ପୂର୍ବରୁ ଥରେ କ୍ରାଇମବ୍ରାଞ୍ଚ କବଳରୁ ଖସି ଯାଇଥିଲେ। ମାତ୍ର ପ୍ରାୟ ଅଢେଇ ବର୍ଷ ପରେ ମାଡ଼ି ବସିଛି ବନ ବିଭାଗ ।
ଏପରି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ଘଟିଛି। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବନ ବିଭାଗ ୪ କୁଖ୍ୟାତ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଶିକାରୀମାନେ ହେଲେ ମହାତୋ କିସ୍କୁ, ଥୁପୁଲ ହେମ୍ବ୍ରମ, ନିତାଇ ମୁର୍ମୁ ଓ ସାରୁ ମୁର୍ମୁ
ପ୍ରାୟ ଅଢେଇ ବର୍ଷ ତଳେ ମହାତୋ କିସ୍କୁଙ୍କଠାରୁ ମହାବଳ ବାଘ ଚମଡ଼ାକୁ କ୍ରାଇମବ୍ରାଞ୍ଚ ଜବତ କରିଥିଲା। ମାତ୍ର ସେ ଖସି ପଳାଇବାକୁ ସକ୍ଷମ ହୋଇଥିଲେ । ଏବେ ବନ ବିଭାଗ ତାଙ୍କୁ କାବୁ କରିଥିବା ବେଳେ ଧରିଥିବା ବେଳେ କ୍ରାଇମବ୍ରାଞ୍ଚର ଏସଟିଏଫ୍କକୁ ହସ୍ତାନ୍ତର କରିବ ବୋଲି କୁହାଯାଇଛି।
ସେହିପରି ଥୁପୁଲ ହେମ୍ବ୍ରମଙ୍କୁ ପଚରାଉଚରା କରାଯିବାରୁ ସେ ବି ମହାବଳବାଘ ଶିକାର କରିଥିବା ସ୍ୱୀକାର କରିଥିଲେ। ତାଙ୍କ ନିକଟରୁ ୪ ମହାବଳବାଘ ର ଦାନ୍ତ , କିଛି ନିଶ ,ଦେଶୀ ବନ୍ଧୁକ ସହ ବାରୁଦ ଏବଂ ୮୦ରୁ ଅଧିକ ତୀର ଜବତ୍ କରାଯାଇଛି।
ସେହିପରି ଶିକାର ଉଦ୍ଦେଶ୍ୟରେ ଘରେ ବନ୍ଧୁକ ରଖିଥିବା ଅଭିଯୋଗରେ ଅନ୍ୟ ଦୁଇ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନେ ହେଲେ ଉଦଳା ଥାନା ଅନ୍ତର୍ଗତ ମାନିକପୁର ଅଞ୍ଚଳ ର ନିତାଇ ମୁର୍ମୁ ଏବଂ ସାରୁ ମୁର୍ମୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
