Representative Image
ବ୍ରିଟେନରେ ଚାରିଜଣ ଭାରତୀୟ ବଂଶୋଦ୍ଭବଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି। ଜଣେ ୨୩ ବର୍ଷୀୟ ଡ୍ରାଇଭରଙ୍କୁ ଅତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ସେମାନଙ୍କୁ ଦଣ୍ଡିତ କରିଛନ୍ତି ବ୍ରିଟେନ କୋର୍ଟ।
ସୂଚନା ମୁତାବକ, ମୃତ ଯୁବକ ଜଣକ ମଧ୍ୟ ଭାରତୀୟ ବଂଶୋଦ୍ଭବ, ତାଙ୍କ ନାମ ଅରମାନ ସିଂହ। ସେ ଡେଲିଭରି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ।ଗତ ବର୍ଷ ଅଗଷ୍ଟରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ବ୍ରିଟେନର ପଶ୍ଚିମ ମର୍କିଆ ପୁଲିସ ଚାରି ଜଣଙ୍କୁ ଗିରଫ କରିଥିଲା।
ଗିରଫ ଚାରିଜଣ ହେଉଛନ୍ତି ଅର୍ଶଦୀପ ସିଂହ, ଜଗଦୀପ ସିଂହ, ଶିବଦୀପ ସିଂହ ଏବଂ ମଞ୍ଜୋତ୍ ସିଂହ। ଏମାନଙ୍କ ନାଁରେ ମାମଲା ଚାଲିବା ପରେ ଷ୍ଟାଫର୍ଡ କ୍ରାଉନ୍ କୋର୍ଟରେ ବିଚାର ହୋଇଥିଲା। ଶୁଣାଣି ସମୟରେ ପୁଲିସ ତଦନ୍ତ ସମୟର ରିପୋର୍ଟ ଦାଖଲ କରିଥିଲା, ଯେଉଁଥିରେ ଦର୍ଶା ଯାଇଥିଲା ଯେ, ହତ୍ୟାକାଣ୍ଡରେ କୁରାଢି, ଗଲ୍ଫ କ୍ଲବ, କାଠ ଖଣ୍ଡ, ହକି ଷ୍ଟିକ୍, ବର୍ଚ୍ଛା, ବ୍ୟାଟ୍ ଏବଂ ଛୁରୀ ଭଳି ଅସ୍ତ୍ରଶସ୍ତ୍ରର ବ୍ୟବହାର ହୋଇଥିଲା।
ମୃତ ଅରମାନ ସିଂହଙ୍କୁ ମସ୍ତିଷ୍କକୁ କୁରାଢିରେ ଆକ୍ରମଣ କରାଯାଇଥିଲା। ଅତ୍ୟ ନିର୍ମମ ଭାବେ ତାଙ୍କୁ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିବା ପରେ ହତ୍ୟା କରିଥିଲେ। ବିଚାରପତି କ୍ରିଷ୍ଟିନା ମଣ୍ଟଗୋମେରୀ କେସି ହତ୍ୟାକାଣ୍ଡକୁ ଭୟଙ୍କର ଓ ଅତ୍ୟନ୍ତ ବର୍ବର ଦର୍ଶାଇଛନ୍ତି। ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ସମସ୍ତ ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଅତି କମରେ ୨୮ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us