Advertisment

ଫିଲ୍ମ ଷ୍ଟାଇଲରେ ଲୁଟ୍; ଘରେ ପଶିବା ପାଇଁ କୁକୁଡ଼ାକୁ ମୋହରା କଲେ ଡକାୟତ

ଲୁଟ୍‌ କରିବା ପାଇଁ ଆସିଲେ, ଭାଡ଼ିରୁ କୁକୁଡ଼ା ଖୋଲିଦେଲେ।

ଅଦ୍ୟତନ ହୋଇଛି
Hen

Hen

Advertisment

ଘରେ ପଶିବା ପାଇଁ କୁକୁଡ଼ାକୁ ମୋହରା କଲେ ଡାକାୟତ। ଅତି ଚତୁରତାର ସହ ଭାଡ଼ିରୁ କୁକୁଡ଼ାକୁ ଖୋଲିଦେଲେ। କୁକୁଡାଙ୍କ ଶବ୍ଦ ଶୁଣି ପରିବାର ଲୋକେ ଉଠି ବାହାରକୁ ଆସିବାରୁ ଘରେ କଳାକନା ବୁଲାଇ ଦେଲେ ଲୁଟେରା। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ ହୋଇଛି ଏହି ସଶସ୍ତ୍ର ଡକାୟତି। ଘର ମାଲିକ ମାଧବ ସେଠୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଗତକାଲି ବିଳମ୍ବିତ ରାତିରେ ୬ ଜଣ ଡକାୟତ ମୁହଁରେ କଳାକପଡ଼ା ବାନ୍ଧି ଆସି ମାଧବ ସେଠୀଙ୍କ ଘରେ ପଶିବାକୁ ଯୋଜନା କରିଥିଲେ। ଏଥିପାଇଁ ସେମାନେ କୁକୁଡ଼ାକୁ କରିଥିଲେ ମୋହରା। ଘର ସମ୍ମୁଖରେ ଥିବା କୁକୁଡ଼ା ଭାଡ଼ିରୁ କୁକୁଡା ଗୁଡ଼ିକୁ ଖୋଲି ଦେଇଥିଲେ। କୁକୁଡ଼ାମାନେ ରାତିରେ ବାହାରକୁ ଆସି ଜୋରରେ ଶବ୍ଦ କରିଥିଲେ।

କୁକୁଡ଼ା ଶବ୍ଦ ଶୁଣି ପରିବାର ଲୋକେ ବାହାରକୁ ଆସିଯାଇଥିଲେ। ଏହି ସମୟରେ ୬ ଜଣ ଡକାୟତ ଘର ଭିତରକୁ ପଶି ଯାଇଥିଲେ। ପରିବାର ଲୋକେ ସେମାନଙ୍କୁ ବାଧା ଦେବାରୁ ୪ଜଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ଘରୁ ସୁନାଗହଣା ଓ ଟଙ୍କା ପଇସା ନେଇ ଚମ୍ପଟ ମାରିଥିଲେ। ପରିବାରର ୩ ଜଣ ମହିଳା ଓ ଜଣେ ପୁରୁଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Loot Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe