Advertisment

ଜିରୋ ନାଇଟ୍‌ ସେଲିବ୍ରେଶନ ବେଳେ ଛୁରା ମାଡ଼; ୪ ଗୁରୁତର

ଧୁମଧାମରେ ଚାଲିଥିଲା ଜିରୋ ନାଇଟ୍‌ ସେଲିବ୍ରେଶନ । ନାଚଗୀତରେ ମସଗୁଲ ଥିଲେ ସମସ୍ତେ। ମାତ୍ର ହଠାତ୍‌ ଫୁଟିଲା ଗୁଳି ଓ ହେଲା ଅତର୍କିତ ଛୁରା ମାଡ଼ । ଏପରି ମରଣାତ୍ମକ ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି।

ଅଦ୍ୟତନ ହୋଇଛି
Injured

Injured

Advertisment

ଧୁମଧାମରେ ଚାଲିଥିଲା ଜିରୋ ନାଇଟ୍‌ ସେଲିବ୍ରେଶନ । ନାଚଗୀତରେ ମସଗୁଲ ଥିଲେ ସମସ୍ତେ। ମାତ୍ର ହଠାତ୍‌ ଫୁଟିଲା ଗୁଳି ଓ ହେଲା ଅତର୍କିତ ଛୁରା ମାଡ଼ । ଏପରି ମରଣାତ୍ମକ ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି। ଏପରି ସାଂଘାତିକ ଘଟଣା ଗତ ରାତିରେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଣ୍ଡାପଲ୍ଲୀ ଓଡ଼ିଆରପି କୋଲନୀରେ ଘଟିଛି।

Advertisment

ଗତକାଲି ଗଣ୍ଡାପଲ୍ଲୀ ଓଡ଼ିଆରପି କୋଲନୀସ୍ଥିତ ଭଡ଼ା ଘରେ କିଛି ଯୁବକ ପାର୍ଟି କରୁଥିଲେ। ଉକ୍ତ ସମୟରେ ଆଉ କିଛି ଯୁବକ ସେଠାରେ ପହଞ୍ଚିଥିଲେ। କୌଣସି କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏହା ଉଗ୍ର ରୂପ ଧାରଣ କରିବାରୁ ଘଟଣାସ୍ଥଳରେ ବ୍ଲାଙ୍କ ଫାୟାରିଂ ହେବା ସହ ବୁଲିଥିଲା ଛୁରୀ। ଏହି ଆକ୍ରମଣରେ ୪ ଜଣଙ୍କୁ ଛୁରା ମାଡ଼ କରି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଗଲେ।

ଖବର ପାଇ ପୁଲିସ ପହଞ୍ଚି ୪ ଗୁରୁତରଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

Advertisment

ଏହି ଆକ୍ରମଣ ପଛର କାରଣ ଜଣାପଡ଼ି ନ ଥିବା ବେଳେ ପ୍ରେମ ବ୍ୟାପାରକୁ ନେଇ ଏପରି କାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ ହେଉଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Ganjam Knife Attack Bombing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe