Advertisment

ମଲରେ ନାବାଳକର ଆଖିବୁଜା ଗୁଳିଚାଳନା, ୪ ମୃତ

ବ୍ୟାଙ୍କକର ଏକ ବିଳାସପୂର୍ଣ୍ଣ ମଲ୍‌ରେ ଜଣେ ୧୪ ବର୍ଷୀୟ ନାବାଳକର ଆଖିବୁଜା ଗୁଳିଚାଳନାରେ ୪ ଜଣଙ୍କ ମୃତ୍ୟୁ ଘଟିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Incident Photo

Incident Photo

ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକର ଏକ ବିଳାସପୂର୍ଣ୍ଣ ମଲରେ ଅଘଟଣ। ଜଣେ ୧୪ ବର୍ଷୀୟ ନାବାଳକର ଆଖିବୁଜା ଗୁଳିଚାଳନାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ କେତେ ଜଣ ଆହତ ମଧ୍ୟ ହୋଇଛନ୍ତି। ଗୁଳି ଶବ୍ଦ ହେବା ପରେ ଅଧିକାଂଶ ଲୋକେ ଭୟରେ ଦୌଡ଼ି ପଳାଉଥିବା ଦେଖିବାକୁ ମିଳୁଛି।

Advertisment

ପୁଲିସ ସନ୍ଦିଗ୍ଧ ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ଗିରଫ କରିଛି। ମହାନଗର ନିଗମ ପୁଲିସ ଡିଟେକ୍ଟିଭ୍ ବିଭାଗ ଏହାର ଫେସବୁକ୍ ପେଜରେ କହିଛି ଯେ, ସିଆମ୍ ପାରାଗନ୍ ମଲ୍‌ରେ ଏହି ଅଘଟଣ ଘଟିଛି। ଏପରି କାଣ୍ଡ ଭିଆଇଥିବା ୧୪ ବର୍ଷୀୟ ବାଳକଙ୍କୁ ପଚରାଉଚରା କରାଯାଉଛି। ସେଣ୍ଟ୍ରାଲ୍ ଇନଭେଷ୍ଟିଗେସନ୍ ବ୍ୟୁରୋ ଏହା ପୂର୍ବରୁ ଫେସବୁକ୍ ପେଜରେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ବନ୍ଧୁକଧାରୀ ନାବାଳକ ଖାକି କାର୍ଗୋ ପ୍ୟାଣ୍ଟ ଏବଂ ବେସବଲ୍ କ୍ୟାପ୍ ପିନ୍ଧିଥିଲେ।

ସୋସାଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଛି କମ୍ ବୟସର ପିଲାମାନେ ଭୟରେ ଏଣେତେଣେ ଦୌଡ଼ି ପଳାଇଯାଉଛନ୍ତି। ସେମାନଙ୍କୁ ସୁରକ୍ଷାକର୍ମୀ ସେମାନଙ୍କୁ ବାହାରକୁ ଆଣୁଛନ୍ତି। ଅନ୍ୟ ଏକ ଭିଡିଓରେ ଦେଖାଯାଉଛି, ଲୋକମାନଙ୍କୁ ନିକଟରେ ଥିବା କୋଠରୀରେ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଉଛି। କିନ୍ତୁ ଏସବୁ ଭିଡିଓ ଘଟଣା ସମୟର ବୋଲି କୌଣସି ସତ୍ୟାସତ୍ୟ ନାହିଁ। 

Advertisment
Crime News Crime Minor Boy Gunfire In Mall Firing In Mall Thailand Firing