Advertisment

୩୪୯ ଟଙ୍କା ମୋବାଇଲ ରିଚାର୍ଜ କରୁଥିଲେ ଯୁବତୀ; ଆକାଉଣ୍ଟରୁ ଗାଏବ ହୋଇଗଲା ୪ ଲକ୍ଷ ଟଙ୍କା

ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀ ଏହି ସାଇବର ଫ୍ରଡର ଶିକାର ହୋଇଛନ୍ତି।

ଅଦ୍ୟତନ ହୋଇଛି
Mobile scam

Mobile scam

Advertisment

ମାତ୍ର ୩୪୯ ଟଙ୍କାର ମୋବାଇଲ ରିଚାର୍ଜ କରୁ କରୁ ଆକଉଣ୍ଟରୁ ଗାଏବ ହୋଇଗଲା ପ୍ରାୟ ୪ ଲକ୍ଷ ଟଙ୍କା। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀ ଏପରି ସାଇବର ଫ୍ରଡର ଶିକାର ହୋଇଛନ୍ତି। ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ।

Advertisment

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ୧୫ ଦିନ ତଳେ ନିଜ ମୋବାଇଲ ରିଚାର୍ଜ କରୁ କରୁ ଭୁଲ୍ ବଶତଃ ଯୁବତୀ ଜଣଙ୍କ ନିଜ ମୋବାଇଲ ନମ୍ବର ପରିବର୍ତ୍ତେ ଅନ୍ୟ ଏକ ନମ୍ବରରେ ୩୪୯ ଟଙ୍କା ରିଚାର୍ଜ କରିଦେଇଥିଲେ। ପରେ ଯୁବତୀ ଜଣଙ୍କ ସେହି ନମ୍ବରକୁ କଲ୍ କରି ବ୍ୟକ୍ତିଙ୍କୁ ପୁନଃ ରିଚାର୍ଜ କରିଦେବା ପାଇଁ ଅନୁରୋଧ କରିଥିଲେ। ବ୍ୟକ୍ତି ଜଣଙ୍କ ରିଚାର୍ଜ କରିବାକୁ ମନା କରିବା ପରେ ଗୁଗୁଲରେ ଫୋନ ପେ’ ସହାୟତା କେନ୍ଦ୍ର ନମ୍ବର ସର୍ଚ୍ଚ କରିଥିଲେ ଯୁବତୀ। ଗୁଗୁଲରେ ପାଇଥିବା ନମ୍ବରକୁ କଲ୍ କରି ସହାୟତା ମାଗିଥିଲେ। ହେଲେ ଗୁଗୁଲରେ ଦିଆଯାଇଥିବା ନମ୍ବର ସାଇବର ଲୁଟେରାଙ୍କ ବୋଲି ଜାଣି ପାରିନଥିଲେ ଯୁବତୀ। ଶେଷରେ ସାଇବର ଲୁଟେରା ଆକାଉଣ୍ଟରୁ ପ୍ରଥମେ ଲକ୍ଷେ ଟଙ୍କା ଠକି ନେଇଥିଲେ। ଏନେଇ ଯୁବତୀ ଜଣଙ୍କ ସାଇବର ଥାନାରେ ଅଭିଯୋଗ କରିଥିଲେ। ଏଥିସହ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କହି ନିଜ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ମଧ୍ୟ କରିଥିଲେ।

ଘଟଣାର ମାସେ ପରେ ଦରଖାସ୍ତ ଦେଇ ପୁଣି ବ୍ୟାଙ୍କରେ ଆକାଉଣ୍ଟ ରିଆକ୍ଟିଭ କରିଥିଲେ ଯୁବତୀ। ପରେ ନିଜ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିଥିଲେ। ୨ରୁ ୩ ଦିନ ମଧ୍ୟରେ ଯୁବତୀଙ୍କ ଆକାଉଣ୍ଟରୁ ପୁଣି ପ୍ରାୟ ୩ ଲକ୍ଷ ଟଙ୍କା କଟି ଯାଇଥିଲା। ଏନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ। ଏଥିସହ ଏହି ଠକେଇ ଘଟଣାରେ ବ୍ୟାଙ୍କ ମ୍ୟାନେଜଙ୍କର ସଂପୃକ୍ତି ଥିବା ଯୁବତୀ ଜଣଙ୍କ ସନ୍ଦେହ ହୋଇଥିଲା। ଗତକାଲି ଯୁବତୀ ଜଣଙ୍କ ବ୍ୟାଙ୍କ ମ୍ୟାନେଜଙ୍କର ନାଁରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣା ତଦନ୍ତ କରୁଛି।

Advertisment
Bhubaneswar Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe