crime
ବାପାଙ୍କ ଋଣ ପରିଶୋଧ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ହୋଇଛି। ପରିବାରର ସ୍ୱାମୀ, ସ୍ତ୍ରୀ, ପୁଅ, ଝିଅ ଆକ୍ରମଣେରେ ଗୁରୁତର ହୋଇଛନ୍ତି। ଗୁରୁତର ମାନେ ଭଦ୍ରକଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି।
ଭଦ୍ରକଜିଲ୍ଲା ଧାମନଗର ଥାନା ପାହିମହୁରା ଗ୍ରାମାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସେଇ ଗ୍ରାମର ଦିବାକର ଜେନା ଓ ରମାକାନ୍ତ ଜେନାଙ୍କ ପରିବାର ମଧ୍ୟରେ ଵାପାଙ୍କ ଋଣ ଟଙ୍କା ଶୁଝିବାକୁ ନେଇ ବିଭିନ୍ନ ସମୟରେ ପାଟି ତୁଣ୍ଡ ହୁଏ। କିନ୍ତୁ ସୋମବାର (ଗତକାଲି) ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେଇଥିଲା।
ଉତକ୍ଷିପ୍ତ ହୋଇ ରମାକାନ୍ତ ଜେନା ଓ ତାଙ୍କ ପୁଅ ଦିବାକରଙ୍କ ଘରେ ପଶି ତାଙ୍କ ପରିବାର ଉପରେ ଏକ ମାରଣାଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଦିବାକର ଓ ତାଙ୍କ ସ୍ତ୍ରୀ, ପୁଅ, ଝିଅ ଗୁରୁତର ଆହାତ ହୋଇ ପଡ଼ିଥିଲେ। ରକ୍ତାକ୍ତ ଅବସ୍ଥାରେ ଗ୍ରାମବାସୀ ମାନେ ଦିବାକରଙ୍କ ପରିବାର ଲୋକଙ୍କୁ ଉଦ୍ଧାର କରି ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କ ମୁଣ୍ଡ ହାତ ପିଠିରେ ଜୋର ଆଘାତ ଲାଗିଥିବା ଜଣା ପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
