Advertisment

Encounter: ରାଜଧାନୀରେ ବଡ଼ ଏନକାଉଣ୍ଟର: ୪ ବିହାରୀ ଗ୍ୟାଙ୍ଗଷ୍ଟର ସଫା

ବୁଧବାର ଭୋର ସମୟରେ ହୋଇଥିବା ଏନକାଉଣ୍ଟରେ ବିହାରର ୪ ଜଣ ମୋଷ୍ଟୱାଣ୍ଟେଡଙ୍କ ମୁଣ୍ଡ ଗଡ଼ିଛି। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଆତଙ୍କ ସୃଷ୍ଟି କରିବାକୁ ଏହି ୪ ଗ୍ୟାଙ୍ଗଷ୍ଟର ଲକ୍ଷ୍ୟ ରଖିଥିଲେ।

Gang

ନିହତ ୪ ଗ୍ୟାଙ୍ଗଷ୍ଟର

Advertisment

ଦେଶର ରାଜଧାନୀ ଦିଲ୍ଲୀର ରୋହନୀ ଅଞ୍ଚଳରେ ବଡ଼ ଏନକାଉଣ୍ଟର। ବୁଧବାର ଭୋର ସମୟରେ ହୋଇଥିବା ଏନକାଉଣ୍ଟରେ ବିହାରର ୪ ଜଣ ମୋଷ୍ଟୱାଣ୍ଟେଡଙ୍କ ମୁଣ୍ଡ ଗଡ଼ିଛି। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଆତଙ୍କ(Crime) ସୃଷ୍ଟି କରିବାକୁ ଏହି ୪ ଗ୍ୟାଙ୍ଗଷ୍ଟର(Gangster) ଲକ୍ଷ୍ୟ ରଖିଥିଲେ। କିନ୍ତୁ ପୁଲିସ୍‌ ଗୁଳିରେ ୪ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ପୁଲିସ୍‌ର କହିବା କଥା ଯେ ଏନକାଉଣ୍ଟର ରାତି ୨.୨୦ରେ ଆରମ୍ଭ ହୋଇଥିଲା। ଏନକାଉଣ୍ଟରରେ ଦିଲ୍ଲୀ ପୁଲିସ୍‌ କ୍ରାଇମବ୍ରାଞ୍ଚ ଓ ବିହାର ପୁଲିସ୍‌ ସାମିଲ ହୋଇଥିଲେ। ୪ ଗ୍ୟାଙ୍ଗଷ୍ଟର ଓ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରେ ବେଶ କିଛି ସମୟ ଧରି ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ୨୫ ବର୍ଷୀୟ ରଞ୍ଜନ ପାଠକ, ୨୫ ବର୍ଷୀୟ ବିମଲେଶ ମାହତୋ ଓରଫ ବିମଲେଶ ସାହନି, ୩୩ ବର୍ଷୀୟ ମନୀଷ ପାଠକ ଓ  ୨୧ ବର୍ଷୀୟ ଅମନ ଠାକୁର ପ୍ରାଣ ହରାଇଛନ୍ତି। ଏମାନଙ୍କ ନାଁରେ ହତ୍ୟା ଠାରୁ ଆରମ୍ଭ କରି ଏକାଧିକ ସଂଗୀନ ମାମଲା ରହିଥିଲା। ବିହାର ପୁଲିସର ମୋଷ୍ଟୱେଣ୍ଟେଡ ତାଲିକାରେ ଏମାନଙ୍କ ନାଁ ଥିଲା। 

ମୃତକଙ୍କ ମଧ୍ୟରେ ରଞ୍ଜନ ପାଠକ ହେଉଛି ସବୁଠାରୁ କୁଖ୍ୟାତ। ତା’ ଘର ସୀତାମାଢ଼ି ଅଞ୍ଚଳରେ। ସେ ଓ ତା’ର ସହଯୋଗୀମାନେ ନିର୍ବାଚନ ପୂର୍ବରୁ ବିହାରରେ ହିଂସାକାଣ୍ଡ ଘଟାଇବାକୁ ଯୋଜନା କରିଥିଲେ।। ପାଠକ ‘ସିଗମା ଆଣ୍ଡ କମ୍ପାନୀ’ ନାମକ ଗ୍ୟାଙ୍ଗ ଚଳାଏ। ଏହି ଗ୍ୟାଙ୍ଗ ନେପାଳରୁ କାର୍ଯ୍ୟକ୍ଷମ ହେବା ସହ ନେପାଳ ସୀମାନ୍ତରେ ଅପରାଧ ଘଟାଇଥାଏ। 

Advertisment

ସୂତ୍ର ଅନୁସାରେ, ନିକଟରେ ଗୋଟିଏ ଅଡିଓ କଲ ସାମ୍ନାକୁ ଆସିଥିଲେ। ଯେଉଁଥିରେ କିଛି ଲୋକ ବିହାର ନିର୍ବାଚନ ପୂର୍ବରୁ ରାଜ୍ୟରେ ହିଂସା ସୃଷ୍ଟି କରିବାକୁ ଚାହୁଁଥିବା ଶୁଶିବାକୁ ମିଳିଥିଲା। ଏହି ଅଡିଓ କଲ ପରେ ବିହାର ପୁଲିସ୍‌ର ସ୍କାନରରୁ ଆସିଥିବା ପାଠକ ଓ ତା’ ଗ୍ୟାଙ୍ଗ। 

ବିହାରରେ କ୍ରମାଗତ ୫ଟି ହତ୍ୟାକାଣ୍ଡ ପରେ ରାଜ୍ୟ ପୁଲିସ୍‌ ଏହି ଗ୍ୟାଙ୍ଗକୁ ଧରିବାକୁ ଉଦ୍ୟମ କରିଥିଲା। ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ହତ୍ୟାକାରୀମାନେ ଦିଲ୍ଲୀରେ ଆଶ୍ରୟ ନେଇଛନ୍ତି। ଏହାପରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ସହାୟତାରେ ସେମାନଙ୍କୁ ଧରିବାକୁ ଉଦ୍ୟମ ହୋଇଥିଲା। ଏହି ସମୟରେ ହୋଇଥିବା ଏନକାଉଣ୍ଟରରେ ୪ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ହୋଇଥିବା ବିହାର ଡିଜିପି ସୂଚନା ଦେଇଛନ୍ତି। 

ସେ କହିଛନ୍ତି, ରଞ୍ଜନ ପାଠକ ଓ ତା’ ଗ୍ୟାଙ୍ଗ ପ୍ରାୟ ୬ ବର୍ଷ ହେଲା ସକ୍ରିୟ ଥିଲା। ସେମାନେ କଣ୍ଟ୍ରାକ କିଲର୍ସ ଭାବେ ପରିଚୟ ହାସଲ କରିଥିଲେ। ସେମାନେ ବିହାରର ସୀତାମାଢ଼ି ଜିଲ୍ଲାରେ ୫ଟି ହତ୍ୟାକାଣ୍ଡ ଘଟାଇ ଆତଙ୍କ ସୃଷ୍ଟି କରିଥିଲେ। ଏବେ ସେମାନଙ୍କ ଖେଳ ଖତମ(Bihar gangsters encounter) ହୋଇଥିବା ଡିଜିପି ସ୍ପଷ୍ଟ କରିଛନ୍ତି। 

Crime Gangster Bihar gangsters encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe