Advertisment

ରାତି ଅଧରେ ଜଘନ୍ୟ କାଣ୍ଡ: ପରିବାରର ୪ ସଦସ୍ୟଙ୍କୁ ହତ୍ୟା କରି ପୋଡ଼ିଦେଲେ ଦୁର୍ବୃତ୍ତ

କିଛି ଦୁର୍ବୃତ୍ତ ଏକ ପରିବାରର ୪ ସଦସ୍ୟଙ୍କୁ ହତ୍ୟା କରିବା ସହ ଘର ଅଗଣାରେ ସେମାନଙ୍କୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି।

House

House

Advertisment

ରାଜସ୍ଥାନର ଯୋଧପୁରରେ ଗତକାଲି ବିଳମ୍ବିତ ରାତିରେ ଏକ ଜଘନ୍ୟ କାଣ୍ଡ ଘଟିଛି। କିଛି ଦୁର୍ବୃତ୍ତ ଏକ ପରିବାରର ୪ ସଦସ୍ୟଙ୍କୁ ହତ୍ୟା କରିବା ସହ ଘର ଅଗଣାରେ ସେମାନଙ୍କୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୬ ମାସର ଶିଶୁ କନ୍ୟା ବି ଥିବା ଜଣାଯାଇଛି।

Advertisment

ଏପରି ଏକ ଲୋମଟାଙ୍କୁରା ଘଟଣା ଗତକାଲି ବିଳମ୍ବିତ ରାତିରେ ଯୋଧପୁରର ଓସିୟା ଅଞ୍ଚଳର ଚେରାଇ ଗାଁରେ ଘଟିଛି। ମୃତକମାନେ ହେଲେ ୫୫ ବର୍ଷୀୟ ପୁନରାମ, ତାଙ୍କ ପତ୍ନୀ ୫୦ ବର୍ଷୀୟ ବନୱାରୀ, ବୋହୂ ୨୪ ବର୍ଷୀୟା ଧାପୁ ଓ ୬ ମାସର ନାତୁଣୀ । ମୃତକଙ୍କ ପରିବାର ଚାଷବାସ କରି ପରିବାର ଚଳାନ୍ତି। ତେବେ ସେମାନଙ୍କର କାହା ସହ ପୂର୍ବ ଶତ୍ରୁତା ଥିବା ଜଣାପଡ଼ିନି। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ପରେ ଏହି ଘଟଣା ଘଟିଥିବା ଜଣାଯାଇଛି।

ଘରର ମୁଖିଆ ପୁନରାମ ଘର ବାହାରେ ପଡ଼ିଥିବା ଖଟରେ ଶୋଇଥିଲେ। ଉକ୍ତ ସମୟରେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସେମାନେ ଘର ଭିତରକୁ ଯାଇ ଶାଶୂ, ବୋହୂ ଓ ଶିଶୁଟିକୁ ନିର୍ମମ ଭାବେ ହତ୍ୟା କରିଥିଲେ।

Advertisment

ଏହାପରେ ୪ ମୃତଦେହକୁ ଟାଣି ଟାଣି ଘର ଅଗଣାକୁ ନେଇ ସେଥିରେ ନିଆଁ ଲଗାଇ ଦେଇଥିଲେ। ପୁନରାମଙ୍କ ଘରୁ ଧୂଆଁ ଉଠୁଥିବା ଦେଖି ଗାଁ ଲୋକେ ଘଟଣାସ୍ଥଳକୁ ଦୌଡ଼ିଥିଲେ। ମାତ୍ର ଯାହା ଦେଖିଥିଲେ ସେମାନଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।

ଘର ଅଗଣାରେ ପରିବାରର ୪ ସଦସ୍ୟଙ୍କ ପୋଡ଼ା ମୃତଦେହ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ପିଲାଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ଅନ୍ୟମାନଙ୍କ ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡ଼ିଥିଲା।

ଖବର ପାଇ ଓସିୟା ପୁଲିସ୍‌ ସମେତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଫରେନସିକ୍‌ ଟିମ୍‌ ପହଞ୍ଚି ଯାଞ୍ଚ କରିଥିବା ବେଳେ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି।

ପୁନରାମଙ୍କ ପରିବାର ସଦସ୍ୟଙ୍କର ସେପରି କାହା ସହ ପୂର୍ବ ଶତ୍ରୁତା ନ ଥିବା ଗ୍ରାମବାସୀ ପୁଲିସ୍‌କୁ ସୂଚନା ଦେଇଛନ୍ତି। ପୁଲିସ୍‌ ଏହି ହତ୍ୟାକାଣ୍ଡର କାରଣ ଖୋଜିବା ସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛି। ଏଥିସହ ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ କାବୁ କରାଯିବ ବୋଲି ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

Murder Mass Murder Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe