/odisha-reporter/media/post_attachments/uploadimage/library/16_9/16_9_0/Odisha_1710067086.jpg)
Odisha
ପୁଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି କିଛି ଲୁଟେରା। ଗୋଟିଏ ରାତିରେ ତା’ ପୁଣି ଗୋଟିଏ କମ୍ପ୍ଲେସରେ ଥିବା ଦୁଇଟି ଦୋକାନକୁ ଲୁଟ କରିଛନ୍ତି କିଛି ଦୁର୍ବୃତ୍ତ। ପ୍ରଥମେ ସେମାନେ ଶପିଂ କମ୍ପ୍ଲେକ୍ସରେ ଦୋକାନ କରିଥିବା ଜଣେ ମିଠା ଦୋକାନୀଙ୍କ ହାତ ଗୋଡ଼ ବାନ୍ଧି ଟଙ୍କା ଲୁଟ କରିଥିଲେ।
ଏହାପରେ କମ୍ପ୍ଲେକ୍ସରେ ଥିବା ଗୋଟିଏ ସୁନା ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇ ଚମ୍ପଟ ମାରିଥିଲେ। ବେଶ କିଛି ସମୟ ଧରି କମ୍ପ୍ଲେକ୍ସ ଭିତରେ ଲୁଟେରାଙ୍କ ଆତଙ୍କରାଜ ଚାଲିଥିଲେ ହେଁ ପୁଲିସ୍ ସେଠାରେ ପହଞ୍ଚି ପାରି ନଥିଲା।
ଏପରି ଏକ ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନରେ ଥିବା ଚୁଡ଼ାକୁଟି ବଜାରରେ ଦେଖିବାକୁ ମିଳିଛି। ଏଠାରେ ଥିବା ଜଗା କାଳିଆ ଜୁଏଲାରୀରୁ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି।
ଏନେଇ ଜୁଏଲାରୀ ମାଲିକ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ମିଠା ଦୋକାନୀଙ୍କୁ ଆକ୍ରମଣ ଘଟଣାରେ ମଧ୍ୟ ଗୋଟିଏ ମାମଲା ହୋଇଛି। ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ, ଚୁଡ଼ାକୁଟି ବଜାରରେ ଥିବା ପୋଇ ମାର୍କେଟ କମ୍ପ୍ଲେକ୍ସରେ ରବୀନ୍ଦ୍ର କୁଣ୍ଡୁ ଦୀର୍ଘ ଦିନ ହେବ ସୁନା ଦୋକାନ କରିଥିଲେ। ଗତକାଲି ରାତିରେ ୪ଜଣ ଦୁର୍ବୁତ୍ତ ପ୍ରଥମେ ସେହି କମ୍ପ୍ଲେକ୍ସରେ ଥିବା ମିଠା ଦୋକାନୀଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ।
ଏହାପରେ ସେମାନେ ତାଙ୍କର ହାତ ଗୋଡ଼ ବାନ୍ଧି ପକାଇ ଦେବା ସହିତ ୨୨ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିଲେ। ପରେ ସେହି କମ୍ପ୍ଲେକ୍ସରେ ଥିବା ଏକ ଜୁଏଲାରୀ ଦୋକାନର ଶଟର କାଟି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଥିଲେ।
ବେଶ କିଛି ସମୟ ଧରି କମ୍ପ୍ଲେକ୍ସ ଭିତରେ ଲୁଟେରାଙ୍କ ଆତଙ୍କ ଚାଲିଥିଲେ ହେଁ ପୁଲିସ ସେମାନଙ୍କୁ ଧରି ପାରି ନଥିଲା। ତେବେ ଲୁଟ ଘଟଣାର ଖବର ପାଇ ଉକ୍ତ କମ୍ପ୍ଲେକ୍ସର ମାଲିକ ନରୋତ୍ତମ ପୋଇ ଓ ତାଙ୍କ ଭାଇ ସେଠାରେ ପହଞ୍ଚି ମିଠା ଦୋକାନୀଙ୍କୁ ପ୍ରଥମେ ଉଦ୍ଧାର କରିଥିଲେ। ଏହାପରେ ଧାମନଗର ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ ଦ୍ଵାରା ଯାଞ୍ଚ କରାଯିବ ବୋଲି ସୂଚନା ଦେଇଛି।
ଅନ୍ୟପକ୍ଷେ ଧାମନଗର ଅଞ୍ଚଳରେ ଦିନକୁ ଦିନ ଲୁଟେରା ମାନଙ୍କର ଆତଙ୍କ ବଢ଼ିବାରେ ଲାଗିଛି। ପୂର୍ବରୁ ପୁଲିସ ପକ୍ଷରୁ ଯେଉଁଭଳି ରାତିରେ ପ୍ରହରା ଦିଆଯାଉଥିଲା,ଏବେ ସେହିଭଳି ପ୍ରଯ୍ୟାପ୍ତ ପରିମାଣରେ ପ୍ରହରା ଦିଆଯାଉନାହିଁ ବୋଲି ଅଭିଯୋଗ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
