/odisha-reporter/media/post_attachments/uploadimage/library/16_9/16_9_0/IMAGE_1702357416.jpg)
Police station
ଥାନାରୁ ଡକାୟତ ଚମ୍ପଟ ଘଟଣାରେ ଯାଜପୁର ଜିଲ୍ଲାର ୪ ଜଣ ପୁଲିସ୍ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଯାଜପୁର କଳିଙ୍ଗନଗର ଥାନାରୁ ଡକାୟତ ଚମ୍ପଟ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏସପି। କଳିଙ୍ଗ ନଗର ଥାନାର ୨ ASI ଓ ୨ କନଷ୍ଟେବଲଙ୍କୁ ଯାଜପୁର ଏସପି ସସପେଣ୍ଡ କରିଛନ୍ତି।
Advertisment
ସେମାନେ ହେଲେ ୨ ASI ଅଚ୍ୟୁତାନନ୍ଦ ଦାସ ଓ ଲକ୍ଷ୍ମୀଧର ରାଜ୍ ଏବଂ ୨ କନେଷ୍ଟବଳ ହେଲେ ରାମ ମୁର୍ମୁ ଏବଂ ପ୍ରଶାନ୍ତ କୁମାର ସେନାପତି।
ଏକ ଡକାୟତି ମାମଲାରେ ଗିରଫ ଅଭିଯୁକ୍ତ ଚକରା ବେହେରା ଗତ ୫ ତାରିଖରେ କଳିଙ୍ଗନଗର ଥାନା ପରିସରରୁ ଚମ୍ପଟ ମାରିଥିଲା। ଥାନା ଶୌଚାଳୟର Exhaust ଫ୍ୟାନ ଭାଙ୍ଗି ସେ ଫେରାର ହୋଇଯାଇଥିଲା। ପରେ ଏସପି ୪ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
