Advertisment

ଥାନାରୁ ଡକାୟତ ଚମ୍ପଟ: ୪ ପୁଲିସ୍ ସସପେଣ୍ଡ

କଳିଙ୍ଗ ନଗର ଥାନାର ୨ ASI ଓ ୨ କନଷ୍ଟେବଲଙ୍କୁ ଯାଜପୁର ଏସପି ସସପେଣ୍ଡ କରିଛନ୍ତି।

Police station

Police station

Advertisment

ଥାନାରୁ ଡକାୟତ ଚମ୍ପଟ ଘଟଣାରେ ଯାଜପୁର ଜିଲ୍ଲାର ୪ ଜଣ ପୁଲିସ୍ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଯାଜପୁର କଳିଙ୍ଗନଗର ଥାନାରୁ ଡକାୟତ ଚମ୍ପଟ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏସପି। କଳିଙ୍ଗ ନଗର ଥାନାର ୨ ASI ଓ ୨ କନଷ୍ଟେବଲଙ୍କୁ ଯାଜପୁର ଏସପି ସସପେଣ୍ଡ କରିଛନ୍ତି।

Advertisment

ସେମାନେ ହେଲେ ୨ ASI ଅଚ୍ୟୁତାନନ୍ଦ ଦାସ ଓ ଲକ୍ଷ୍ମୀଧର ରାଜ୍ ଏବଂ ୨ କନେଷ୍ଟବଳ ହେଲେ ରାମ ମୁର୍ମୁ ଏବଂ ପ୍ରଶାନ୍ତ କୁମାର ସେନାପତି।

ଏକ ଡକାୟତି ମାମଲାରେ ଗିରଫ ଅଭିଯୁକ୍ତ ଚକରା ବେହେରା ଗତ ୫ ତାରିଖରେ କଳିଙ୍ଗନଗର ଥାନା ପରିସରରୁ ଚମ୍ପଟ ମାରିଥିଲା। ଥାନା ଶୌଚାଳୟର Exhaust ଫ୍ୟାନ ଭାଙ୍ଗି ସେ ଫେରାର ହୋଇଯାଇଥିଲା। ପରେ ଏସପି ୪ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି।

Advertisment
Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe