Advertisment

ନାଇଟ୍ ପାଟ୍ରୋଲିଂ ବେଳେ ମାଡ଼ ଘଟଣା: ASIଙ୍କ ସମେତ ୪ ପୁଲିସ୍ କର୍ମଚାରୀଙ୍କ ବଦଳି

ଏହି ୪ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ଏଏସ୍‌ଆଇଙ୍କ ସହିତ ଦୁଇ ଜଣ କନଷ୍ଟେବଳ ଓ ଜଣେ ହୋମ୍‌ଗାର୍ଡ ଅଛନ୍ତି।

author-image
Jitendra Garnayak
Police

Police

ନାଇଟ୍ ପାଟ୍ରୋଲିଂ ବେଳେ ଗୋପୀନାଥ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବା ଅଭିଯୋଗ ଘଟଣାରେ ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନାର ଜଣେ ଏଏସ୍‌ଆଇଙ୍କ ସମେତ ୪ ପୁଲିସ୍ କର୍ମଚାରୀଙ୍କୁ ବଦଳି କରାଯାଇଛି। ସେମାନଙ୍କୁ ଭଦ୍ରକ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଥିବା ଏଏସ୍‌ପି ବାମଦେବ ସିଂହ କହିଛନ୍ତି। ଏହି ୪ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ଏଏସ୍‌ଆଇଙ୍କ ସହିତ ଦୁଇ ଜଣ କନଷ୍ଟେବଳ ଓ ଜଣେ ହୋମ୍‌ଗାର୍ଡ ଅଛନ୍ତି।

Advertisment

ଗତ ୩୦ ତାରିଖରେ ଏହି ପୁଲିସ୍ କର୍ମଚାରୀମାନେ ନାଇଟ୍‌ ପାଟ୍ରୋଲିଂ କରୁଥିବା ବେଳେ ଆଗରପଡ଼ା ଥାନା ଅଧୀନ କାଣ୍ଡବା ପୋଲ ନିକଟରେ ଗୋପୀନାଥ ନାୟକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଗୋପୀନାଥଙ୍କ ପତ୍ନୀ ମଧୁସ୍ମିତା ନାୟକ ଏନେଇ ଆଗରପଡ଼ା ଥାନାରେ ଅଭିଯୋଗ କରିଥିଲେ।

ପୁଲିସ୍ ମାଡ଼ରେ ଆହତ ଗୋପୀନାଥ ନାୟକଙ୍କୁ ପ୍ରଥମେ ଆଗରପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସିତ ହେଉଛନ୍ତି।

Advertisment

ଏଏସପି ବାମଦେବ ସିଂହ କହିଛନ୍ତି ଯେ ଏହି ଘଟଣାରେ ମାମଲା ରୁଜୁ କରାଯାଇ ୪ ଜଣଙ୍କୁ ବଦଳି କରାଯାଇଛି। ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରାଯିବ। ଜଣେ ବରିଷ୍ଠ ପୁଲିସ ଅଧିକାରୀ ଏହି ତଦନ୍ତ କରିବେ। ତଦନ୍ତ ରିପୋର୍ଟ ଆସିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Odisha Police Police