Advertisment

ଚାନ୍ଦା ଆଦାୟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା;୪ ଆହତ

ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ହେବ ରାଜନୈତିକ ଶତ୍ରୁତା ଲାଗି ରହିଥିବା ସୂଚନା ମିଳିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Group clash

Group clash

ଚାନ୍ଦା ଆଦାୟ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଚଣ୍ଡିବସ୍ତ ଗାଁରେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ଗାଁରେ ଶନି ମନ୍ଦିର ନିର୍ମାଣ ହେବାକୁ ନେଇ ଚାନ୍ଦା ଆଦାୟ କରାଯାଉଥିଲା। ଏହି ଚାନ୍ଦା ଆଦାୟକୁ କେନ୍ଦ୍ର ୨ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହେବା ସହ ହଣାକଟା ହୋଇଥିଲା। ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ୪ ଜଣ ଗୁରୁତର ହୋଇଥିଲେ।

ସମସ୍ତ ଆହତଙ୍କୁ ପ୍ରଥମେ ନୟାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ହେବ ରାଜନୈତିକ ଶତ୍ରୁତା ଲାଗି ରହିଥିବା ସୂଚନା ମିଳିଛି। ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Odisha Police Nayagarh