ରୋଗୀଙ୍କୁ A ପଜିଟିଭ ପ୍ୟାକେଟରେ ଦେଇଥିଲେ B ପଜିଟିଭ ରକ୍ତ, ୪ କର୍ମଚାରୀ ସସ୍‌ପେଣ୍ଡ

ଗତ ୨୯ ତାରିଖରେ କଟକ ଭଗତପୁର ଅଞ୍ଚଳର ଜଣେ ରୋଗୀଙ୍କ ‘A ପଜିଟିଭ ବ୍ଲଡ୍ ବଦଳରେ ବ୍ଲଡ ବ୍ୟାଙ୍କରୁ B ପଜିଟିଭ ରକ୍ତ ଦିଅଯାଇଥିଲା । ରକ୍ତ ନେବା ପରେ ହଠାତ୍ ରୋଗୀ ଜଣକ ଗୁରୁତର ହୋଇପଡିଥିଲେ ।

Blood

Representational Image

Niharika Rout
  • Published: Monday, 04 September 2023
  • Updated: 04 September 2023, 11:28 AM IST

Sports

Latest News

କଟକ କେନ୍ଦ୍ରୀୟ ରେଡ଼କ୍ରସ ରକ୍ତ ଭଣ୍ଡାର ରେ ଭୁଲ୍ ରକ୍ତ ଦେବା ଘଟଣାରେ ନିଆଯାଇଛି ଦୃଢ କାର୍ଯ୍ୟାନୁଷ୍ଠାନ।  ଏହି ଘଟଣାର ତଦନ୍ତ କରାଯାଇ ଦାୟିତ୍ୱରେ ଥିବା ୪ ଜଣ ଟେକନିସିଆନକୁ ନିଲମ୍ବନ କରିଛନ୍ତି SCB ନିର୍ଦ୍ଦେଶକ ।

ଗତ ୨୯ ତାରିଖରେ କଟକ ଭଗତପୁର ଅଞ୍ଚଳର ଜଣେ ରୋଗୀଙ୍କ ‘A ପଜିଟିଭ ବ୍ଲଡ୍ ବଦଳରେ ବ୍ଲଡ ବ୍ୟାଙ୍କରୁ B ପଜିଟିଭ ରକ୍ତ ଦିଅଯାଇଥିଲା । ରକ୍ତ ନେବା ପରେ ହଠାତ୍ ରୋଗୀ ଜଣକ ଗୁରୁତର ହୋଇପଡିଥିଲେ । ପରେ ରକ୍ତକୁ ପରୀକ୍ଷା କରାଯିବାରୁ ଏହା B ପଜିଟିଭ ବୋଲି ଜଣାପଡିଥିଲା । ଏହାପରେ ଏହି ଘଟଣାର ଖୋଳତାଡ଼ ଆରମ୍ଭ ହୋଇଥିଲା।  

କଟକର ଝୁଲାସାହି ଅଞ୍ଚଳର ବିଭୂତି ଭୂଷଣ ଜେନା ଗୁରୁତର ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବିଭୂତିଙ୍କର ବ୍ଲଡ୍ ଗ୍ରୁପ A ପଜିଟିଭ୍ ଥିଲା। ଏଥିପାଇଁ A ପଜିଟିଭ୍ ରକ୍ତ ଆଣିବା ପାଇଁ ଡାକ୍ତର ତାଙ୍କ ପୁଅଙ୍କୁ କହିଥିଲେ।

Also Read

ବିଭୂତିଙ୍କ ପୁଅ କଟକ ସ୍ଥିତ ରେଡକ୍ରସ ବ୍ଲଡ ବ୍ୟାଙ୍କରେ ପହଞ୍ଚି A ପଜିଟିଭ୍ ରକ୍ତ ମାଗିଥିବା ବେଳେ ସେମାନେ A ପଜିଟିଭ୍ ଲେଖାଥିବା ରକ୍ତ ପ୍ୟାକେଟ ଦେଇଥିଲେ। କିନ୍ତୁ ପ୍ୟାକେଟରେ ଥିଲା B ପଜିଟିଭ। 

ରକ୍ତ ନେବା ପରେ ବିଭୂତି ହଠାତ୍ ଅସୁସ୍ଥ ହୋଇପଡ଼ିବା ସହ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ତୁରନ୍ତ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ପରେ ବ୍ଲଡ ବ୍ୟାଙ୍କରୁ ଅଣାଯାଇଥିବା ରକ୍ତର ଗ୍ରୁପ ପରୀକ୍ଷା ଏକ ଘରୋଇ ଲ୍ୟାବରେ କରାଯାଇଥିଲା। ଏହା B ପଜିଟିଭ ବୋଲି ଜଣାପଡ଼ିଥିବା ଅଭିଯୋଗ ହୋଇଛି।

ଏହି ଘଟଣାର ତଦନ୍ତ କରି ନିଜ କର୍ତ୍ତବ୍ୟରେ ଅବହେଳା କରି ରୋଗୀଙ୍କ ଜୀବନ ସହ ଖେଳୁଥିବା ୪ ଜଣ ଟେକନିସିଆନକୁ SCB ନିର୍ଦ୍ଦେଶକ ନିଲମ୍ବନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story