Advertisment

ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରି ଧରାପଡ଼ିଲେ ୪ ଛାତ୍ର

ଏନେଇ ଏସିପି ଏସ୍‌ଏନ୍‌ ମୁଦୁଲି କହିଛନ୍ତି, ଏହି ଆତଙ୍କରାଜ ଖେଳାଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଓ ୩ ସାବାଳକ ରହିଛନ୍ତି।

ଅଦ୍ୟତନ ହୋଇଛି
vandalizing the petrol pump

vandalizing the petrol pump

Advertisment

ଲାଇନ୍‌ରେ ନ ଆସି ବେଲାଇନ୍‌ରେ ଆସିଲେ। ପେଟ୍ରୋଲ ଦେବାକୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ କହିଲେ। ଲାଇନ୍‌ରେ ନଆସିଲେ ପେଟ୍ରୋଲ ଦେଇହେବନି ବୋଲି କହିବାରୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଦଳବଳ ସହ ଆସି ଆକ୍ରମଣ କଲେ। ଗତ ୨୩ ରାତିରେ ଭୁବନେଶ୍ୱର ଲକ୍ଷ୍ମୀସାଗର ପେଟ୍ରୋଲ ଟାଙ୍କିରେ ତେଲ ପକାଇବାକୁ କେନ୍ଦ୍ରକରି ଆତଙ୍କରାଜ ଘଟାଇଥିବା ୪ ଜଣଙ୍କୁ ଧରିଛି କମିଶନରେଟ ପୁଲିସ। ଏନେଇ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରାଯାଇଛି।

Advertisment

ଏନେଇ ଏସିପି ଏସ୍‌ଏନ୍‌ ମୁଦୁଲି କହିଛନ୍ତି, ଏହି ଆତଙ୍କରାଜ ଖେଳାଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଓ ୩ ସାବାଳକ ରହିଛନ୍ତି। ସମସ୍ତେ ଭୁବନେଶ୍ୱର ସ୍ଥିତ ଏକ ଜଣାଶୁଣା କଲେଜର ଛାତ୍ର। ସେମାନେ ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ର।

ଘଟଣା ଘଟିବା ଦିନ ରାତିରେ ଝାରପଡ଼ା ଅଞ୍ଚଳର ଦୁଇଜଣ ଛାତ୍ର ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଯାଇଥିଲା। ସେମାନଙ୍କ ଭିତରୁ ଜଣେ ନାବାଳକ। ଲାଇନ୍‌ରେ ଯାଇ ତେଲ ପକାଇବା ବଦଳରେ ବେଲାଇନ୍‌ରେ ଆସିବାରୁ ପେଟ୍ରୋଲ ପମ୍ପ କର୍ମଚାରୀମାନେ ସେମାନଙ୍କୁ ତାଗିଦ୍ କରିଥିଲେ। ଏହାକୁ ନେଇ ଦୁଇ ଛାତ୍ରଙ୍କ ରାଗ ମୁଣ୍ଡକୁ ଉଠି ଯାଇଥିଲା। ଏହାକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଯାହାକୁ ନେଇ ବଚସା ହୋଇଥିଲା। ପରେ ଦୁଇ ଛାତ୍ର ସେମାନଙ୍କ ଦୁଇ ସହଯୋଗୀଙ୍କୁ ଫୋନ୍‌ ଯୋଗେ ଡକାଇଥିଲେ। ବଡ଼ଗଡ଼ର ଏହି ଦୁଇ ସହଯୋଗୀ ଫୋନ୍ ପାଇ ପହଞ୍ଚିବା ପରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ପଥର ମାଡ଼ କରିଥିଲେ। ପରେ ପେଟ୍ରୋଲ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଏଠାରେ ଭଙ୍ଗାରୁଜା କରିଥିଲେ।

Advertisment

ଏନେଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଏତଲା ଆଧାରରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି ଫୁଟେଜ୍ ଓ ଲୋକଙ୍କୁ ପଚରାଉଚରା କରିବା ପରେ ୪ ଜଣଙ୍କୁ ପୁଲିସ ଧରିଥିଲା। ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Bhubaneswar Students Life In Danger Bhubaneswar Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe