Advertisment

ଜାଲ୍‌ ସାର୍ଟିଫିକେଟରେ କରୁଥିଲେ ଚାକିରି, ବିଦା ହେଲେ ୪ ଶିକ୍ଷକ

ଏହି ୪ ଶିକ୍ଷକ ସ୍କୁଲର କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସ୍କୁଲରେ ଶିକ୍ଷକତା କରୁଥିବା ଜଣାଯାଇଛି।

Teacher

Teacher

Advertisment

ଜାଲ୍‌ ସାର୍ଟିଫିକେଟର ଚେର ବଲାଙ୍ଗିର ଜିଲ୍ଲାରେ ମାଡ଼ିଥିବା ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା। ମାତ୍ର ତାହା ଏବେ ସମଗ୍ର ରାଜ୍ୟରେ ଲମ୍ବିଥିବା ଜଣାଯାଇଛି। ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିବା ଘଟଣା ପୁରୀ ଜିଲ୍ଲାରେ ବି ପଦାକୁ ଆସିଛି।

Advertisment

ଏପରି ଏକ ସାଂଘାତିକ ଅଭିଯୋଗରେ ବହିଷ୍କୃତ ହୋଇଛନ୍ତି ୪ ଶିକ୍ଷକ । ଏହି ୪ ଶିକ୍ଷକ ସ୍କୁଲର କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସ୍କୁଲରେ ଶିକ୍ଷକତା କରୁଥିବା ଜଣାଯାଇଛି।

ସେମାନେ ହେଲେ କୃଷ୍ଣପ୍ରସାଦ ବ୍ଳକ୍ ଖିରିସାହି ପିୟୁପିଏସ ସ୍କୁଲର ସତ୍ୟସୁନ୍ଦର ବିଶ୍ୱାଳ, ସରକାରୀ ପିପିଏସ ବିରିପଦର ସ୍କୁଲର ସୁରେଶ ଚନ୍ଦ୍ର ପଲେଇ, ଓରା ସିପିଏସର ସୌଦାମିନୀ ପ୍ରଧାନ ଏବଂ ଚର୍ଚ୍ଚିକା ୟୁ ଜିଓପି ସ୍କୁଲର ନନ୍ଦ କିଶୋର ସେଠୀ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ବିଏଡ ସାର୍ଟିଫିକେଟ ଫେକ୍‌  ବୋଲି ଜଣା ପଡ଼ିଥିବା ବେଳେ ସତ୍ୟସୁନ୍ଦର ବିଶ୍ୱାଳଙ୍କର ବିଏସସି ସାର୍ଟିଫିକେଟ ଫେକ୍‌ ଥିବା ଜଣାଯାଇଛି।

Advertisment

ଏହି ୪ ଶିକ୍ଷକଙ୍କ ନାଁରେ ଅଭିଯୋଗ ଆସିବା ପରେ ପ୍ରାୟ ବର୍ଷେ ହେବ ସେମାନଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଯାଇଥିଲା। ଏବେ ଯାଞ୍ଚର ଫଳାଫଳ ଆସିଛି। ଏନେଇ ତଥ୍ୟ ସାମନାକୁ ଆସିବା ପରେ  ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀ ବିଶ୍ଵଜିତ ଘୋଷ ସେମାନଙ୍କୁ ଚାକିରିରୁ ବିଦା କରିଛନ୍ତି। ଏଥିସହ ଏନେଇ କ୍ରାଇମବ୍ରାଞ୍ଚକୁ ବି ଚିଠି କରି ଅବଗତ କରିଛନ୍ତି। 

Puri Fake Certificate Suspend;
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe