Advertisment

ନାଳରେ ବୁଡ଼ି ଛାତ୍ର ମୃତ୍ୟୁ ଘଟଣାରେ ପ୍ରଧାନ ଶିକ୍ଷକଙ୍କ ସମେତ ୪ ଶିକ୍ଷକ ନିଲମ୍ବିତ

ସ୍କୁଲ ସମୟରେ ଛାତ୍ରଛାତ୍ରୀମାନେ ଯେପରି ବାହାରକୁ ନଯିବେ, ସେଥିପ୍ରତି ଗୁରୁତ୍ୱ ଦେବାକୁ ସ୍କୁଲ୍ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

School

School

Advertisment

ନୂଆପଡ଼ା ଜିଲ୍ଲା ବୋଡେ଼ନ ଥାନା ବୁଢ଼ାପଡ଼ା ସ୍ଥିତ ଅପଗ୍ରେଡେଡ୍ ହାଇସ୍କୁଲର ଜଣେ ତୃତୀୟ ଶ୍ରେଣୀ ଛାତ୍ର ନାଳରେ ବୁଡ଼ି ପ୍ରାଣ ହରାଇବା ଘଟଣାରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସେମତ ୪ ଜଣ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ନୂଆପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) କରୁଣାକର ଭୁଏ ଏହି ସୂଚନା ଦେଇଛନ୍ତି।

Advertisment

ନିଲମ୍ବିତ ହୋଇଥିବା ଶିକ୍ଷକମାନେ ହେଉଛନ୍ତି- ରାଜେନ୍ଦ୍ର ଯୋଶୀ (ପ୍ରଧାନ ଶିକ୍ଷକ), କିଶୋର ସାହୁ, ହିଙ୍ଗୁଳା ମାଝୀ ଓ ଲୋଚନ ବେହେରା।

ନୂଆପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ବିଇଓ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୪ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବାରୁ ଡେପୁଟେସନରେ ସେହି ସ୍କୁଲ୍‌କୁ ଶିକ୍ଷକଙ୍କୁ ପଠାଯାଇଛି। ସ୍କୁଲ ଖୋଲା ଅଛି। ଏହା ସହିତ ସ୍କୁଲ ସମୟରେ ଛାତ୍ରଛାତ୍ରୀମାନେ ଯେପରି ବାହାରକୁ ନଯିବେ, ସେଥିପ୍ରତି ଗୁରୁତ୍ୱ ଦେବାକୁ ସ୍କୁଲ୍ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଗତକାଲି ତୃତୀୟ ଶ୍ରେଣୀ ଛାତ୍ର କେଶବ ଜଗତ ମଧ୍ୟାହ୍ନ ଭୋଜନ ପରେ ଶୌଚ ହେବାକୁ ସ୍କୁଲ ନିକଟସ୍ଥ ନାଳକୁ ଯାଇଥିଲେ। ତେବେ ସେଠାରେ ସେ ବୁଡ଼ି ଯାଇଥିଲେ। ଏହି ଘଟଣା ପରେ ସ୍କୁଲ ପରିସରରେ ଉତ୍ତେଜନା ଦେଖା ଯାଇଥିଲା। ଲୋକେ ଶିକ୍ଷକମାନଙ୍କୁ ସ୍କୁଲରେ ତାଲା ପକାଇ ଦେଇଥିଲେ।

School Teacher Suspended
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe