Advertisment

ପୁଲିସ୍‌ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ; ଜାରି ହେଲା ୧୪୪ ଧାରା

ପୁଲିସ୍‌ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପରସ୍ପରକୁ ଢେଲା ପଥର ମାଡ଼ କରିଛନ୍ତି। ରାସ୍ତା ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଢେଲା ପଥର ମାଡ଼ରେ ସାଧାରଣ ଜନତା, ପୁଲିସ୍‌ ଓ କିଛି ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Balasore

Balasore

Advertisment

ପୁଲିସ୍‌ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପରସ୍ପରକୁ ଢେଲା ପଥର ମାଡ଼ କରିଛନ୍ତି। ଏଥିରେ ୪ରୁ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆଜି ମଧ୍ୟାହ୍ନରେ ଏପରି ଘଟଣା ବାଲେଶ୍ୱର ଟାଉନ୍‌ରେ ଘଟିଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ କରାଯାଇଛି। ୫ ଜଣରୁ ଅଧିକ ଏକତ୍ର ନହେବା ପାଇଁ ଅପିଲ୍‌ କରାଯାଇଛି।

Advertisment

ଟାଉନ ଥାନା ଅଞ୍ଚଳର ଭୁଜାଖିଆ ପିର-ଚାନ୍ଦିପୁର ରାସ୍ତା ପାର୍ଶ୍ୱରେ ରକ୍ତ ଭଳିଆ ଦେଖାଯାଉଥିବା ନାଲି ରଙ୍ଗର ପାଣି ପ୍ରବାହିତ ହେଉଥିବା ଆଜି ସକାଳେ ଦେଖିବାକୁ ମିଳିଥିଲା। ଏହାକୁ ରକ୍ତ ବୋଲି ସନ୍ଦେହ କରି ଗୋଟିଏ ଗୋଷ୍ଠୀ ପାତ୍ରପଡ଼ା ଛକରେ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲା। ଯେଉଁଥିପାଇଁ ଯାତାୟତ ଠପ୍‌ ହୋଇଥିଲା। ଖବର ପାଇ ଟାଉନ୍‌ ଥାନା ପୁଲିସ୍‌ ପହଞ୍ଚି ବୁଝାସୁଝା କରିଥିଲା। ହେଲେ କିଛି ସୁଫଳ ମିଳିନଥିଲା।

ପୁଲିସ୍‌ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପରସ୍ପରକୁ ଢେଲା ପଥର ମାଡ଼ କରିଥିଲେ। ରାସ୍ତା ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଢେଲା ପଥର ମାଡ଼ରେ ସାଧାରଣ ଜନତା, ପୁଲିସ୍‌ ଓ କିଛି ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ବାଲେଶ୍ୱର ଏସ୍‌ପି ସାଗରିକା ନାଥ, ଏସ୍‌ଡିସିଓ ଓ ଟାଉନ୍‌ ଥାନା ଅଧିକାରୀ ଫୋର୍ସ ଧରି ପହଞ୍ଚି ଥିଲେ। ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ପୁଲିସ୍‌ ଲାଠି ଚାର୍ଜ କରିଥିଲା। ଯାହାଫଳରେ ଆନ୍ଦୋଳନକାରୀମାନେ ଛତ୍ରଭଙ୍ଗ ଦେଇଥିଲେ।

Advertisment

ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ କରାଯାଇଛି। ୫ ଜଣରୁ ଅଧିକ ଏକତ୍ର ନହେବା ପାଇଁ ଅପିଲ୍‌ କରାଯାଇଛି। ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ପୁଲିସ୍‌ ଦୁଇ ଗୋଷ୍ଠୀର ମୁରବୀମାନଙ୍କୁ ଡାକି ଆଲୋଚନା କରୁଛି।

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe