Advertisment

ପଡ଼ୋଶୀ ପାଲଟିଗଲା ପିଶାଚ, ୪ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ କଲା

ନାବାଳିକାଙ୍କ ପଡୋଶୀ ଜଣେ ୩୦ ବର୍ଷର ଯୁବକ ସୁଯୋଗ ଦେଖି ପିଲାଟି ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

author-image
Niharika Rout
Rape

Rape

କୋଲକତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ନିଆଁ ଥମିବା ନାଁ ଧରୁ ନ ଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏପରି ଏକ ଲଜ୍ଜାଜନକ ଘଟଣା। ଏଠାରେ ପଡ଼ୋଶୀଙ୍କ ଲୋଲୁପ ଦୃଷ୍ଟିର ଶିକାର ହୋଇଛନ୍ତି ୪ ବର୍ଷୀୟା ନାବାଳିକା।

Advertisment

ଏୟାରପୋର୍ଟ ଥାନା ଅଞ୍ଚଳରେ ଥିବା ଏକ ବସ୍ତିରେ ଘଟିଛି ଏଭଳି ନିନ୍ଦନୀୟ ଘଟଣା। ନାବାଳିକାଙ୍କ ପଡୋଶୀ ଜଣେ ୩୦ ବର୍ଷର ଯୁବକ ସୁଯୋଗ ଦେଖି ପିଲାଟି ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଜଣକ କାନ୍ଦି କାନ୍ଦି ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ପରିବାର ପକ୍ଷରୁ ତୁରନ୍ତ ଏନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ୍‌ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏଥିସହ ପୁଲିସ୍‌ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏଡି ମାମଲାର ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ।

Advertisment
Bhubaneswar Minor Raped