Advertisment

୫୦% ଡିସ୍‌କାଉଣ୍ଟରେ କାର୍‌ ଦେବେ କହି ଠକି ନେଲେ ୪୦ କୋଟି! ପୁଲିସ କର୍ମଚାରୀ ବି ହୋଇଛନ୍ତି ଠକେଇର ଶିକାର

କାର ପିଛା ମିଳିବ ୫୦ ପ୍ରତିଶତ ଡିସକାଉଣ୍ଟ। କିୟରାନ୍ସ ସେଲ୍ ନାଁରେ ଗ୍ରାହକଙ୍କୁ ଚୂନ। ଦାମୀ କାରକୁ କମ୍ ଦାମରେ ଦେବାକୁ ସ୍ୱପ୍ନ ଦେଖାଇ। ଏମିତି ଲୁଟ କରିଛି ରାଜଧାନୀରେ ଥିବା ମା' ପାଟଖଣ୍ଡା ଅଟୋ ମୋବାଇଲ୍ସ।

ଅଦ୍ୟତନ ହୋଇଛି
Accused

Accused

Advertisment

ଡିସ୍‌କାଉଣ୍ଟରେ ମିଳିବ ନୂଆ କାର୍‌। ତାହା ପୁଣି ୫୦ ପ୍ରତିଶତ ଡିସ୍‌କାଉଣ୍ଟରେ। ଏହା ଶୁଣି ଲୋଭରେ ପଡ଼ି ଯାଇଥିଲେ ଅନେକ ଗ୍ରାହକ। ଆଉ ଦେଇ ଦେଇଥିଲେ ଆଡଭାନ୍ସ। ୪୦ କୋଟିରୁ ଅଧିକ ଆଡଭାନ୍ସ ଟଙ୍କା ପାଇବା ପରେ ଠକମାନେ ହୋଇଯାଇଛନ୍ତି ଫେରାର। ଆଉ ମୁଣ୍ଡରେ ହାତ ଦେଇ ବସିଛନ୍ତି ଗ୍ରାହକ। ଏମିତି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ। 

Advertisment

ଫେରାର ଅଭିଯୁକ୍ତମାନେ ହେଉଛନ୍ତି- ଅକ୍ଷୟ ଗୌଡ଼, ତାଙ୍କ ସ୍ତ୍ରୀ ଉଷାରାଣୀ ବାରିକ ଓ ସେମାନଙ୍କ ସହଯୋଗୀ ଶିବରାମ ଗୌଡ଼। ଏମାନେ ଭୁବନେଶ୍ୱରରେ ମା’ ପାଟଖଣ୍ଡା ଅଟୋ ମୋବାଇଲ୍ସ ନାଁରେ ଏକ ସଂସ୍ଥା ଖୋଲି ଏମିତି ଏକ ଠକେଇ କରିଥିବା ଅଭିଯୋଗ ହୋଇଛି। 

୧୦ ଲକ୍ଷ ଟଙ୍କାର କାର୍‌ ୬ ଲକ୍ଷ ଓ ୧୮ ଲକ୍ଷ ଟଙ୍କାର କାର୍‌ ୯ ଲକ୍ଷ ଟଙ୍କାରେ ମିଳିବ ବୋଲି ଲୋଭ ଦେଖାଇଥିଲା ସଂସ୍ଥା। ଏମିତିକି ଦୁଇ ତିନି ଜଣଙ୍କୁ ସଂସ୍ଥା କମ୍ ଦାମ୍‌ରେ କାର ବିକ୍ରି କରିଥିଲା। ଏହାକୁ ଦେଖି ଲୋକେ ଲୋଭରେ ପଡ଼ି ଯାଇଥିଲେ ଓ ସଂସ୍ଥାକୁ କାର୍ କିଣିବାକୁ ଅଗ୍ରୀମ ଟଙ୍କା ଦେଇଥିଲେ। 

Advertisment

ଏହିଭଳି ଭାବେ ଶତାଧିକ ଲୋକଙ୍କ ଠାରୁ ପାଖାପାଖି ୪୦ କୋଟି ଟଙ୍କା ସଂଗ୍ରହ କରିବା ପରେ ଫେରାର ହୋଇଯାଇଥିଲେ ଅକ୍ଷୟ ଗୌଡ଼, ଉଷାରାଣୀ ବାରିକ ଓ ଶିବରାମ ଗୌଡ଼। ଏବେ ପାହାଳ, ନୟାପଲ୍ଲୀ, ଖଣ୍ଡଗିରି, ଲକ୍ଷ୍ମୀସାଗର ଓ କ୍ୟାପିଟାଲ ଥାନାରେ ଏକାଧିକ ଲୋକ ଏହି ଅଭିଯୁକ୍ତଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି। 

ଠକେଇର ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ କେବଳ ସାଧାରଣ ଲୋକ ନାହାନ୍ତି, କିଛି ପୁରୁଣା ଗାଡ଼ି ଶୋ’ ରୁମ୍ ମାଲିକ ଓ ପୁଲିସ କର୍ମଚାରୀ।ହେଲେ ଲୋକଲଜ୍ୟା ଭୟରେ ଉକ୍ତ ପୁଲିସ୍ କର୍ମଚାରୀମାନେ ସାମ୍ନାକୁ ଆସୁ ନଥିବା ଆଲୋଚନା ହେଉଛି। 

Bhubaneswar Loot Loot News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe