Advertisment

୪୧.୧୬ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ, ଜଣେ ଗିରଫ

ଏହି ଜାଲ୍‌ ନୋଟ୍‌ ଗୁଡ଼ିକ ଛତିଶଗଡ଼ରୁ ଆସିଥିବା ଏସ୍‌ଟିଏଫ୍ ସନ୍ଦେହ କରୁଛି।

author-image
Jitendra Garnayak
Fake Notes

Fake Notes

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ଗତ ଶୁକ୍ରବାର ଏସ୍‌ଏଟିଏଫ୍ ଚଢ଼ାଉ କରି ୪୧.୧୬ ଲକ୍ଷ ଟଙ୍କା ମୂଲ୍ୟର ଜାଲ୍ ନୋଟ୍‌ ଜବତ କରିଛି। ଏହା ସହିତ ଜଣଙ୍କୁ ଗିରଫ କରିଛି।

Advertisment

ଗିରଫ ଅଭିଯୁକ୍ତଙ୍କ ନାଁ ଦୀପକ ମେହେର। ତାଙ୍କ ଘର ଉଲୁଣ୍ଡାର ମାଟିଖାଇ ନୂଆବସ୍ତିରେ। ଜବତ ହୋଇଥିବା ସମସ୍ତ ଜାଲ୍ ନୋଟ୍ ହେଉଛି ୫୦୦ ଟଙ୍କିଆ। ସେଗୁଡ଼ିକ ପୂରା ଅସଲି ୫୦୦ ଟଙ୍କିଆ ନୋଟ୍ ଭଳି ଦେଖାଯାଉଛି। ଭଲ ଭାବେ ନ ଦେଖିଲେ ଯେ କେହିବି ଧୋକା ଖାଇଯିବେ।

ଏହି ଜାଲ୍‌ ନୋଟ୍‌ ଗୁଡ଼ିକ ଛତିଶଗଡ଼ରୁ ଆସିଥିବା ଏସ୍‌ଟିଏଫ୍ ସନ୍ଦେହ କରୁଛି। ଆଉ ଏଥିରେ ଆହୁରି କିଛି ଲୋକଙ୍କ ସମ୍ପୃକ୍ତି ଥିବା ଏସ୍‌ଟିଏଫ୍ କହିଛି। ଏନେଇ ଏସ୍‌ଟିଏଫ୍‌କୁ କିଛି ସୂଚନା ମିଳିଛି ଓ ତା’ ଆଧାରରେ ଅଧିକ ତଦନ୍ତ କରୁଛି।

Advertisment

ଜବତ ନକଲି ନୋଟ୍‌ ଗୁଡ଼ିକୁ ପଶ୍ଚିମବଙ୍ଗର ପଶ୍ଚିମ ମେଦିନପୁରରେ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍ ମୁଦ୍ରଣ ପ୍ରାଇଭେଟ ଲିମିଟେଡ୍ ପଠାଯିବ। ସେଠାରେ ଏହି ନୋଟ୍‌ଗୁଡ଼ିକର ଯାଞ୍ଚ କରାଯିବ ଓ ଏସ୍‌ଟିଏଫ୍‌କୁ ମତାମତ ଦିଆଯିବ।

ବର୍ତ୍ତମାନ ସୁଦ୍ଧା ଏସ୍‌ଟିଏଫ୍ ପକ୍ଷରୁ ଏହାକୁ ମିଶାଇ ୧ କୋଟି ୧୯ ଲକ୍ଷ ଟଙ୍କାର ଜାଲ୍‌ ନୋଟ୍ ଜବତ କରାଯାଇଛି।

Fake Item Racket STF Fake Note.