Advertisment

‘ରାଜ୍ୟର ସାଂସଦ ଓ ବିଧାୟକଙ୍କ ବିରୋଧରେ ରହିଛି ୪୨୩ଟି ଫୌଜଦାରୀ ମାମଲା’

ପୁରୀ, ଭଦ୍ରକ, ଯାଜପୁର, ଜଗତସିଂହପୁର ସମେତ ୧୭ଟି ଜିଲ୍ଲାରେ କୌଣସି ସାଂସଦ କିମ୍ବା ବିଧାୟକଙ୍କ ବିରୋଧରେ ଗୋଟିଏ ବି ମାମଲା ବିଚାରାଧୀନ ନାହିଁ ବୋଲି ହାଇକୋର୍ଟରେ ତଥ୍ୟ ଦାଖଲ ହୋଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
High Court

High Court

ରାଜ୍ୟରେ ବିଭିନ୍ନ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ସମୁଦାୟ ୪୨୩ଟି ଫୌଜଦାରୀ ମାମଲା ବିଚାରାଧୀନ ରହିଛି।। ତା’ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ରହିଛି ସର୍ବାଧିକ ୮୬ଟି ମାମଲା।

Advertisment

ସେହିପରି୫୩ଟି ମାମଲା ସହ ସୁନ୍ଦରଗଡ଼ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଗଞ୍ଜାମ ୫୧ଟି ମାମଲାର ତୃତୀୟ ଏବଂ କୋରାପୁଟ ୪୮ଟି ମାମଲା ସହ ଚତୁର୍ଥ ସ୍ଥାନରେ ରହିଛି। କିନ୍ତୁ ପୁରୀ, ଭଦ୍ରକ, ଯାଜପୁର, ଜଗତସିଂହପୁର ସମେତ ୧୭ଟି ଜିଲ୍ଲାରେ କୌଣସି ସାଂସଦ କିମ୍ବା ବିଧାୟକଙ୍କ ବିରୋଧରେ ଗୋଟିଏ ବି ମାମଲା ବିଚାରାଧୀନ ନାହିଁ ବୋଲି ହାଇକୋର୍ଟରେ ତଥ୍ୟ ଦାଖଲ ହୋଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ହାଇକୋର୍ଟ ନିଜ ଆଡୁ ଦାୟର କରିଥିବା ମାମଲାରେ ଏହି ତଥ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ଜିଲ୍ଲାରୁ ଗତ ଡିସେମ୍ବର ସୁଦ୍ଧା ସଂଗୃହିତ ତଥ୍ୟରେ ଏହା ସ୍ପଷ୍ଟ ହୋଇଛି। ସର୍ବାଧିକ ମାମଲାର ଶୁଣାଣି ଆପିୟରାନ୍ସ ବା ପ୍ରାରମ୍ଭିକ ସ୍ତରରେ ରହିଛି। ଏସବୁ ମାମଲା ଗୁଡିକର ତ୍ୱରିତ ଶୁଣାଣି ପାଇଁ କି ପଦକ୍ଷେପ ଗ୍ରହଣ କରାଯାଉଛି, କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଜାଣିବାକୁ ଚାହିଁଛନ୍ତି। ସେନେଇ ସତ୍ୟପାଠ ଦାଖଲ କରିବାକୁ ସରକାରୀ ଓକିଲଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତି ଶୁଣାଣି ହେବ।

Advertisment
Cuttack Odisha Highcourt