Advertisment

ଏୟାରପୋର୍ଟରୁ ୪୪ କୋଟିର ନିଶାଦ୍ରବ୍ୟ ଜବତ

ଜଣେ ବ୍ୟକ୍ତିଙ୍କ ଠାରୁ ୩.୫ କେଜିର କୋକେନ ଓ ୧.୩ କେଜିର ହେରୋଇନ ଜବତ କରାଯାଇଛି।

author-image
Hemant Lenka
Drugs

Drugs

ବଡ଼ଧରଣର ନିଶା ଦ୍ରବ୍ୟ ଚାଲାଣର ପର୍ଦ୍ଦାଫାସ ହୋଇଛି। ଏୟାରପୋର୍ଟରୁ ଅଧିକାରୀମାନେ ଜବତ କରିଛନ୍ତି ୪୪ କୋଟି ଟଙ୍କାର ନିଶା ଦ୍ରବ୍ୟ। ଜବତ ମାଦକ ଦ୍ରବ୍ୟ ମଧ୍ୟରେ କୋକେନ ଓ ହେରୋଇନ ମଧ୍ୟ ରହିଛି। କେରଳର କରିପୁର ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଜଣେ ଯାତ୍ରୀଙ୍କ ନିକଟରୁ ଏତେ ପରିମାଣର ମାଦକ ଦ୍ରବ୍ୟ ଜବତ ହୋଇଥିବା ଡିଆରଆଇ କହିଛି।

Advertisment

ଡିଆରଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସଂସ୍ଥାର କୋଚିନ ଜୋନାଲ ୟୁନିଟ ଅଧୀନରେ ଥିବା କଲିକଟ ରିଜନାଲ ୟୁନିଟର ଅଧିକାରୀମାନେ ଜଣେ ବ୍ୟକ୍ତିଙ୍କ ଠାରୁ ୩.୫ କେଜିର କୋକେନ ଓ ୧.୩ କେଜିର ହେରୋଇନ ଜବତ କରିଛନ୍ତି।

ଏହାବାଦ ଆଉ କିଛି ମାଦକ ଦ୍ରବ୍ୟ ମଧ୍ୟ ଜବତ କରାଯାଇଛି। ଏସବୁ ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ୪୪ କୋଟି ଟଙ୍କା ହେବ। ଉତ୍ତର ପ୍ରଦେଶର ମୁସାଫର ନଗରର ମୂଳବାସିନ୍ଦା ରାଜୀବ କୁମାରଙ୍କ ନିକଟରୁ ଏପରି ନିଶାଦ୍ରବ୍ୟ ଜବତ କରାଯାଇଛି।

Advertisment

ବିଦେଶରୁ କେରଳକୁ ନିଶାଦ୍ରବ୍ୟ ଚାଲାଣ ହେଉଥିବା ଖବର ମିଳିଥିଲା। ଏହି ସୂଚନା ପରେ ଅଧିକାରୀମାନେ ଏୟାରପୋର୍ଟରେ ଲୁଚି ରହିଥିଲେ। କେନିୟାର ନାଇରୋବିରୁ ଏଠାକୁ ଆସିଥିବା ରାଜୀବ କୁମାର ଏୟାରପୋର୍ଟରୁ ବାହାରୁଥିବା ବେଳେ ଅଧିକାରୀମାନେ ତାଙ୍କୁ ଧରିଥିଲେ।

ଏହାପରେ ଯାଞ୍ଚ ଆରମ୍ଭ ହୋଇଥିଲା। ଯାଞ୍ଚ ବେଳେ ରାଜୀବ ନିଜର ଜୋତା, ହ୍ୟାଣ୍ଡ ପର୍ସ, ହ୍ୟାଣ୍ଡ ବ୍ୟାଗ, ପିକଚର ବୋର୍ଡ ଓ ଫାଇଲ ଫୋଲ୍ଡର୍‌ରେ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ରଖିଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଥିବା ଜଣାପଡ଼ିଛି।

Kerala Drugs Case