Advertisment

ଗ୍ରୋସରୀ ଦୋକାନ ଉପରେ ରୁଷର ରକେଟ ମାଡ଼, ଚାଲିଗଲା ୪୮ ଜଣଙ୍କ ଜୀବନ

ରୁଷ ଏବେ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି। ରୁଷ ପକ୍ଷରୁ ୟୁକ୍ରେନର କୁପିଆନସ୍କର ଗୋଟିଏ ଗ୍ରୋସରୀ ଦୋକାନ ଉପରେ ରକେଟ ମାଡ଼ କରାଯାଇଛି।

author-image
Hemant Lenka
Russia

Russia

ୟୁକ୍ରେନ ଉପରେ ରୁଷର ହମଲା ଜାରି ରହିଛି। ୨୦୨୨ ଫେବୃଆରୀ ମାସରୁ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏଥିରେ ସାଧାରଣ ଲୋକଙ୍କ ଜୀବନ ଯିବାରେ ଲାଗିଛି। ରୁଷ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁ ନଥିବା କହୁଥିଲେ ହେଁ ବାସ୍ତବଚିତ୍ର କିନ୍ତୁ ଭିନ୍ନ କଥା ବୟାନ କରୁଛି।

Advertisment

ରୁଷ ଏବେ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି। ରୁଷ ପକ୍ଷରୁ ୟୁକ୍ରେନର କୁପିଆନସ୍କର ଗୋଟିଏ ଗ୍ରୋସରୀ ଦୋକାନ ଉପରେ ରକେଟ ମାଡ଼ କରାଯାଇଛି। ଏଥିରେ ୪୮ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଥିବା ନିଜେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କି କହିଛନ୍ତି।

ରୁଷ ଆକ୍ରମଣକୁ ନିଶ୍ଚିତ କରି ଖାରକିଭ ରିଜନ ମିଲିଟାରୀ ଆଡମିନଷ୍ଟ୍ରେସନ ମୁଖ୍ୟ ଓଲେହ ସୟାନେହୁବୋଭ କହିଛନ୍ତି, ରୁଷ ସେନା ଗ୍ରୋଜନା ଠାରେ ଥିବା ଗୋଟିଏ କାଫେ ଓ ଦୋକାନ ଉପରେ ଘନଘନ ଆକ୍ରମଣ କରିଛି। ଆଜି ପ୍ରାୟ ୧.୧୫ରେ ଏପରି ଆକ୍ରମଣ ହୋଇଛି। ଏଥିରେ ଅନେକ ସାଧାରଣ ଲୋକଙ୍କ ଜୀବନ ଯାଇଛି।

Advertisment

ସବୁ କିଛି ମାଟିରେ ମିଶି ଯାଇଛି। ଉଦ୍ଧାରକାରୀ ଦଳ କାମରେ ଲାଗିଛନ୍ତି। ଧ୍ୱଂସାବଶେଷ ତଳୁ ଏଯାଏ ଜଣେ ୬ ବର୍ଷୀୟ ଶିଶୁଙ୍କ ସମେତ ୪୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହିପରି ଜଣେ ଶିଶୁଙ୍କ ସମେତ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାରକାର୍ଯ୍ୟ ଏବେ ବି ଜାରି ରହିଛି ବୋଲି ସେ କହିଛନ୍ତି।

ବର୍ତ୍ତମାନ ସ୍ପେନ ଯାଇଥିବା ଜେଲେନସ୍କି କହିଛନ୍ତି ଯେ ଏହା ରାକ୍ଷାସ ରୁଷର ଭୟଙ୍କର ଅପରାଧ। ଗୋଟିଏ ସାଧାରଣ ଗ୍ରୋସରୀ ଦୋକାନ ଉପରେ ରକେଟ ମାଡ଼ ସଂପୂର୍ଣ୍ଣ ଭାବେ ଆତଙ୍କବାଦୀ କାର୍ଯ୍ୟକଳାପ। ରୁଷର ଆତଙ୍କ ବନ୍ଦ ହେବା ଦରକାର। ରୁଷକୁ ସହଯୋଗ କରୁଥିବା ସମସ୍ତେ ଅପରାଧ। ଏଯାଏ ରୁଷକୁ ଯେଉଁମାନେ ସମର୍ଥନ କରୁଛନ୍ତି ସେମାନେ ଗୋଟିଏ ରାକ୍ଷାସକୁ ସହଯୋଗ କରୁଛନ୍ତି ବୋଲି ଜେଲେନସ୍କି କହିଛନ୍ତି।

Russia-Ukraine War Russia