Advertisment

୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲରେ ଝୁଲାଇଦେଲେ ନା ଝୁଲି ପଡ଼ିଲେ!

ସ୍କୁଲ କ୍ୟାମ୍ପସ ଭିତରେ ଦିନ ବେଳେ ୪ର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ଝୁଲି ପଡ଼ୁଛନ୍ତି! ହେଲେ ସ୍କୁଲରେ ଥିବା ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ହଷ୍ଟେଲ୍‌ ୱାଡେନ୍‌ ଜାଣିପାରୁନାହାନ୍ତି। ଆଜି ଦିନ ପ୍ରାୟ ୧୧ଟା ବେଳେ ଝୁଲନ୍ତା ମୃତଦେହ ଦେଖି ତରବରିଆ ଭାବେ ଓହ୍ଲାଇ ପକାଥ ଥିଲେ।

Student

Student

Advertisment

ସ୍କୁଲ କ୍ୟାମ୍ପସରେ ଝୁଲି ପଡ଼ିଥିଲେ ନା ଝୁଲାଇଦେଲେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ! ସ୍ପଷ୍ଟ ଦିବାଲୋକରେ ଏପରି ଘଟଣା ଘଟିଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ କେମିତି ଜାଣିପାରିଲେ ନାହିଁ? ଯଦି ଏହା ଆତ୍ମହତ୍ୟା, ତାହାହେଲେ କଅଁଳ ବୟସରେ କ’ଣ ପାଇଁ ଏପରି ରାସ୍ତା ଅପଣାଇଲେ ଛାତ୍ର? ଏହା ପଛରେ ଅନ୍ୟ କିଛି କାରଣ ନାହିଁ ତ? ଏପରି ଅସମାହିତ ପ୍ରଶ୍ନ ଭିତରେ ଛନ୍ଦି ହୋଇପଡ଼ିଛି ୪ର୍ଥ ଶ୍ରେଣୀ ଛାତ୍ର ମୃତ୍ୟୁ ରହସ୍ୟ।

Advertisment

ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଚନ୍ଦ୍ରଗିରି ସଦର ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲ୍‌ରେ ରହି ପାଠ ପଢ଼ୁଥିଲେ ଖୁରିଗାଁ ଗାଁର ଖଗେଶ୍ୱର ମାଝିଙ୍କ ୧୧ ବର୍ଷୀୟ ପୁତ୍ର କୁନା ଝଡିଆ। ସେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ। ସବୁଦିନ ପରି ଗୁରୁବାର ରାତିରେ ସାଥୀଙ୍କ ସହିତ ଖାଇପିଇ ନିଜ ରୁମ୍‌ରେ ଶୋଇଥିଲେ କୁନା। ଆଜି ସକାଳେ ସବୁ ପିଲା ଉଠି କ୍ଲାସ୍‌ କରିବାକୁ ଯାଇଥିଲେ। ହେଲେ କୁନା ସ୍କୁଲ୍‌ କାନ୍ଥରେ ଲାଗିଥିବା ଏଙ୍ଗେଲ୍‌ରେ ରଶି ଲଗାଇ ଝୁଲି ପଡ଼ିଥିବା ଅଭିଯୋଗ ହୋଇଛି।

ସ୍କୁଲ କ୍ୟାମ୍ପସ ଭିତରେ ଦିନ ବେଳେ ୪ର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ଝୁଲି ପଡ଼ୁଛନ୍ତି! ହେଲେ ସ୍କୁଲରେ ଥିବା ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ହଷ୍ଟେଲ୍‌ ୱାଡେନ୍‌ ଜାଣିପାରୁନାହାନ୍ତି। ଆଜି(ଶୁକ୍ରବାର) ଦିନ ପ୍ରାୟ ୧୧ଟା ବେଳେ ଝୁଲନ୍ତା ମୃତଦେହ ଦେଖି ତରବରିଆ ଭାବେ ଓହ୍ଲାଇ ପକାଥ ଥିଲେ। ପରେ ସ୍କୁଲ କର୍ତ୍ତୃପକ୍ଷ ଏ ନେଇ କାଶୀପୁର ଥାନାକୁ ସୂଚନା ଦେଇଥିଲେ। ହେଲେ ପରିବାର ଲୋକଙ୍କୁ କହିବା ପାଇଁ ଭୁଲି ଯାଇଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳେ ପୁଅର ମୃତ୍ୟୁ ହୋଇଥିବା ନେଇ ବାପା ଖଗେଶ୍ୱରଙ୍କୁ ଜଣାଇଥିଲେ ସ୍କୁଲ କର୍ତ୍ତୃପକ୍ଷ।

Advertisment

ପୁଅର ମୃତ୍ୟୁ ଖବର ପାଇଁ ସ୍କୁଲରେ ପହଞ୍ଚିଥିଲେ ବାପା। ଅନ୍ୟପକ୍ଷରେ ରାୟଗଡ଼ା ସଦର ଏସ୍‌ଡିପିଓ ରଶ୍ମି ରଞ୍ଜନ ସେନାପତି ସାଇଣ୍ଟିପିକ୍‌ ଟିମ୍‌ ସହ ସ୍କୁଲରେ ପହଞ୍ଚିଥିଲେ। ବର୍ତ୍ତମାନ ସମସ୍ତେ ସ୍କୁଲ କ୍ୟାମ୍ପସ ଭିତରେ ଅଛନ୍ତି। ସ୍କୁଲ ଗେଟ୍‌ରେ ବାହାର ପାର୍ଶ୍ୱରୁ ପଡ଼ିଛି ତାଲା। ସ୍କୁଲରେ ପଢ଼ୁଥିବା ପିଲାମାନଙ୍କୁ ମଧ୍ୟ ବାହାରକୁ ଆସିବା ପାଇଁ ଛଡ଼ା ଯାଉନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା ଛାତ୍ରଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଏହା ଆତ୍ମହତ୍ୟା ନା ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି, ତାହା ତଦନ୍ତ ସାପେକ୍ଷ।

ଏତେ ପରେ ମଧ୍ୟ ଏଠି ପ୍ରଶ୍ନ ଉଠୁଛି, ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର କଣ ପାଇଁ ଆତ୍ମହତ୍ୟା କରିବ? ଏହା ପଛରେ ଅନ୍ୟ କିଛି କାରଣ ନାହିଁ ତ? ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିନାରି ନାହିଁ।

ରିପୋର୍ଟ- ରାୟଗଡ଼ାରୁ ମାଉଡି ବାରିକ

School Raygada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe