/odisha-reporter/media/post_attachments/uploadimage/library/16_9/16_9_0/IMAGE_1720608916.jpg)
Dilip Kumar Sahu
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଲାଞ୍ଚୁଆ ଆରଆଇ। ଜଣେ ବ୍ୟକ୍ତିଙ୍କ ଜମିପଟ୍ଟା ବାବଦରେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନ୍ଧମାଳ ଜିଲ୍ଲା କୋଟଗଡ଼ ତହସିଲ ଦୁର୍ଗାପଙ୍ଗା ଆରଆଇ ଦିଲ୍ଲୀପ କୁମାର ସାହୁ।
Advertisment
ଆରଆଇ ଦିଲ୍ଲୀପ କୁମାର ସାହୁ ଜମିପଟ୍ଟା ବାବଦରେ ବିକ୍ରମ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବିକ୍ରମ ଏନେଇ ଫୁଲବାଣୀ ଭିଜିଲାନ୍ସରଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ବିକ୍ରମଙ୍କ ଠାରୁ ଆରଆଇ ଦିଲ୍ଲୀପ କୁମାର ସାହୁ ୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ ମାଡ଼ିବସିଥିଲା।
ଫୁଲବାଣୀ ଭିଜିଲାନ୍ସ ଟିମ୍ ଏନେଇ ମାମଲା ରୁଜୁ କରିବା ସହିତ ଆରଆଇଙ୍କ କୋଟଗଡ଼ ସ୍ଥିତ ସରକାରୀ ବାସଭବନ ଓ ତାଙ୍କ ଖଜୁରୀପଡ଼ା ସ୍ଥିତ ନିଜସ୍ୱ ଘରେ ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
