୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ

ଆରଆଇ ଦିଲ୍ଲୀପ କୁମାର ସାହୁ ଜମିପଟ୍ଟା ବାବଦରେ ବିକ୍ରମ ମଲ୍ଲିକଙ୍କୁ ୫ ହଜାର ଟଙ୍କା ମାଗିଥିଲେ।

ଆରଆଇ ଦିଲ୍ଲୀପ କୁମାର ସାହୁ

  • Published: Wednesday, 10 July 2024
  • , Updated: 10 July 2024, 04:35 PM IST

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଲାଞ୍ଚୁଆ ଆରଆଇ। ଜଣେ ବ୍ୟକ୍ତିଙ୍କ ଜମିପଟ୍ଟା ବାବଦରେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନ୍ଧମାଳ ଜିଲ୍ଲା କୋଟଗଡ଼ ତହସିଲ ଦୁର୍ଗାପଙ୍ଗା ଆରଆଇ ଦିଲ୍ଲୀପ କୁମାର ସାହୁ।

ଆରଆଇ ଦିଲ୍ଲୀପ କୁମାର ସାହୁ ଜମିପଟ୍ଟା ବାବଦରେ ବିକ୍ରମ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବିକ୍ରମ ଏନେଇ ଫୁଲବାଣୀ ଭିଜିଲାନ୍ସରଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ବିକ୍ରମଙ୍କ ଠାରୁ ଆରଆଇ ଦିଲ୍ଲୀପ କୁମାର ସାହୁ ୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ ମାଡ଼ିବସିଥିଲା।

ଫୁଲବାଣୀ ଭିଜିଲାନ୍ସ ଟିମ୍‌ ଏନେଇ ମାମଲା ରୁଜୁ କରିବା ସହିତ ଆରଆଇଙ୍କ କୋଟଗଡ଼ ସ୍ଥିତ ସରକାରୀ ବାସଭବନ ଓ ତାଙ୍କ ଖଜୁରୀପଡ଼ା ସ୍ଥିତ ନିଜସ୍ୱ ଘରେ ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି।

Related story