ସମୁଦ୍ର ଭିତରେ ଭାସୁଥିବା ୫.୩ ଟନ୍ ଓଜନର କୋକେନ୍ ଜବତ। ଯାହାର ମୂଲ୍ୟ ପାଖାପାଖି ୭୭୫୫ କୋଟି ଟଙ୍କା ହେବ। ଇଟାଲୀ ସମୁଦ୍ର ତଟରୁ ଏହି ମାଦକ ଦ୍ରବ୍ୟ ଜବତ କରାଯାଇଛି। ମାଫିଆମାନେ ନିଜର କୁବୁଦ୍ଧି ପ୍ରୟୋଗ କରି ଏହି ମାଦକ ଦ୍ରବ୍ୟ ଚାଲାଣ କରୁଥିବା ବେଳେ ଇଟାଲୀ ପ୍ରଶାସନିକ କର୍ତ୍ତୃପକ୍ଷ ଏହାକୁ ଜବତ କରିଛନ୍ତି। ଏହା ସିସୀଲି ଉପକୂଳକୁ ଚାଲାଣ ହେଉଥିଲା ବୋଲି ଶୁକ୍ରବାର ପୁଲିସ ସୂଚନା ଦେଇଛି। ଏହି ମାମଲାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି।
ବୁଧବାର ସକାଳେ ଦକ୍ଷିଣ ଆମେରିକାର ଏକ ସିପ୍ ଏହି ମାଦକ ଦ୍ରବ୍ୟକୁ ଆଣି ଆସିବା ପରେ ପାଣିରେ ଛାଡ଼ି ଚାଲି ଯାଉଥିଲା। ଯାହାପରେ ମାଦକ ଦ୍ରବ୍ୟକୁ ନେବା ପାଇଁ ଏହି ସିପ୍ ନିକଟରେ ମତ୍ସ୍ୟଜୀବୀମାନଙ୍କ ଡଙ୍ଗା ପହଞ୍ଚିଥିଲା। ଯାହାକୁ ତଟ ସୁରକ୍ଷାରେ ମୁତୟନ ବିମାନରେ ଥିବା ଯବାନମାନେ ଦେଖିଥିଲେ।
ସନ୍ଦେହ ହେବାରୁ ସୁରକ୍ଷା ବାହିନୀ ଏହି ଟ୍ରଲରକୁ ରୋକିବା ପରେ ଯାଞ୍ଚ କରିଥିଲେ। ଏହାର ଏକ ଗୁପ୍ତ ଚାମ୍ୱରରୁ ବିପୁଳ ପରିମାଣର ଡ୍ରାଗ୍ସ ଜବତ କରାଯାଇଥିଲା। ଏହି ଡ୍ରଗ୍ସ ଚୋରାଚାଲାଣାରେ ସମ୍ପୃକ୍ତ ୨ ତୁନିସୀଆ, ଜଣେ ଲେଖାଏଁ ଇଟାଲିୟ, ଆଲବାନିଆ ଓ ଫ୍ରେଞ୍ଚ ନାଗରିକ ଗିରଫ ହୋଇଛନ୍ତି।
ଏପ୍ରିଲରେ ଇଟାଲୀ ପୁଲିସ ସମୁଦ୍ରରେ ଭାସୁଥିବା ବେଳେ ପ୍ରାୟ ୨ ଟନ୍ ଓଜନର କୋକିନ୍ ଜବତ କରିଥିଲା। ପୂର୍ବ ସିସୀଲି ସମୁଦ୍ର ତଟରେ କୌଣସି ବଡ ସିପ୍ ଏହାକୁ ଚାଲାଣ ଉଦ୍ଦେଶ୍ୟରେ ଫୋପାଡ଼ି ଚାଲି ଯାଇଥିବା ଏହି ସମୟରେ ସନ୍ଦେହ କରାଯାଇଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।