Advertisment

ସମୁଦ୍ର ଭିତରେ ଭାସୁଥିଲା ୫.୩ ଟନ୍‌ ଓଜନର କୋକେନ୍, ଜବତ କଲା ପୁଲିସ

ଯାହାର ମୂଲ୍ୟ ପାଖାପାଖି ୭୭୫୫ କୋଟି ଟଙ୍କା ହେବ। ଇଟାଲୀ ସମୁଦ୍ର ତଟରୁ ଏହି ମାଦକ ଦ୍ରବ୍ୟ ଜବତ କରାଯାଇଛି।

ଅଦ୍ୟତନ ହୋଇଛି
 seized cocaine

seized cocaine

Advertisment

ସମୁଦ୍ର ଭିତରେ ଭାସୁଥିବା ୫.୩ ଟନ୍‌ ଓଜନର କୋକେନ୍ ଜବତ। ଯାହାର ମୂଲ୍ୟ ପାଖାପାଖି ୭୭୫୫ କୋଟି ଟଙ୍କା ହେବ। ଇଟାଲୀ ସମୁଦ୍ର ତଟରୁ ଏହି ମାଦକ ଦ୍ରବ୍ୟ ଜବତ କରାଯାଇଛି। ମାଫିଆମାନେ ନିଜର କୁବୁଦ୍ଧି ପ୍ରୟୋଗ କରି ଏହି ମାଦକ ଦ୍ରବ୍ୟ ଚାଲାଣ କରୁଥିବା ବେଳେ ଇଟାଲୀ ପ୍ରଶାସନିକ କର୍ତ୍ତୃପକ୍ଷ ଏହାକୁ ଜବତ କରିଛନ୍ତି। ଏହା ସିସୀଲି ଉପକୂଳକୁ ଚାଲାଣ ହେଉଥିଲା ବୋଲି ଶୁକ୍ରବାର ପୁଲିସ ସୂଚନା ଦେଇଛି। ଏହି ମାମଲାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି।

Advertisment

ବୁଧବାର ସକାଳେ ଦକ୍ଷିଣ ଆମେରିକାର ଏକ ସିପ୍‌ ଏହି ମାଦକ ଦ୍ରବ୍ୟକୁ ଆଣି ଆସିବା ପରେ ପାଣିରେ ଛାଡ଼ି ଚାଲି ଯାଉଥିଲା। ଯାହାପରେ ମାଦକ ଦ୍ରବ୍ୟକୁ ନେବା ପାଇଁ ଏହି ସିପ୍‌ ନିକଟରେ ମତ୍ସ୍ୟଜୀବୀମାନଙ୍କ ଡଙ୍ଗା ପହଞ୍ଚିଥିଲା। ଯାହାକୁ ତଟ ସୁରକ୍ଷାରେ ମୁତୟନ ବିମାନରେ ଥିବା ଯବାନମାନେ ଦେଖିଥିଲେ।

ସନ୍ଦେହ ହେବାରୁ ସୁରକ୍ଷା ବାହିନୀ ଏହି ଟ୍ରଲରକୁ ରୋକିବା ପରେ ଯାଞ୍ଚ କରିଥିଲେ। ଏହାର ଏକ ଗୁପ୍ତ ଚାମ୍ୱରରୁ ବିପୁଳ ପରିମାଣର ଡ୍ରାଗ୍ସ ଜବତ କରାଯାଇଥିଲା। ଏହି ଡ୍ରଗ୍ସ ଚୋରାଚାଲାଣାରେ ସମ୍ପୃକ୍ତ ୨ ତୁନିସୀଆ, ଜଣେ ଲେଖାଏଁ ଇଟାଲିୟ, ଆଲବାନିଆ ଓ ଫ୍ରେଞ୍ଚ ନାଗରିକ ଗିରଫ ହୋଇଛନ୍ତି।

Advertisment

ଏପ୍ରିଲରେ ଇଟାଲୀ ପୁଲିସ ସମୁଦ୍ରରେ ଭାସୁଥିବା ବେଳେ ପ୍ରାୟ ୨ ଟନ୍‌ ଓଜନର କୋକିନ୍ ଜବତ କରିଥିଲା। ପୂର୍ବ ସିସୀଲି ସମୁଦ୍ର ତଟରେ କୌଣସି ବଡ ସିପ୍‌ ଏହାକୁ ଚାଲାଣ ଉଦ୍ଦେଶ୍ୟରେ ଫୋପାଡ଼ି ଚାଲି ଯାଇଥିବା ଏହି ସମୟରେ ସନ୍ଦେହ କରାଯାଇଥିଲା।

Crime Drugs Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe