Advertisment

ଦେଶୀ ମଦ ପିଇ ୧୫ ଅସୁସ୍ଥ ଘଟଣା, ବନ୍ଧା ହେଲେ ୫

ଏହି ଚୋରା ମଦ ପିଇ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ବ୍ରହ୍ମପୁରସ୍ଥିତ MKCG ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଅଦ୍ୟତନ ହୋଇଛି
Liquor Seized

Liquor Seized

Advertisment

ପ୍ରାୟ ୫ ବର୍ଷ ହେବ ଚୋରାରେ ଚାଲିଥିଲା ମଦ ବିକ୍ରି। ଅବକାରୀ ବିଭାଗର ଏଥିପ୍ରତି ନିଘା ନ ଥିଲା। ମାତ୍ର ହଠାତ୍‌ ସବୁ କିଛି ଓଲଟପାଲଟ ହୋଇଗଲା।ଆଉ ଏହି ଚୋରା ମଦ ପିଇ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ବ୍ରହ୍ମପୁରସ୍ଥିତ MKCG ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ମାମଲାରେ ୫ ଜଣଙ୍କୁ ବାନ୍ଧିଛି ପୁଲିସ୍‌ । ଏପରି ଏକ ଅଭାବନୀୟ ଘଟଣା ଗତକାଲି ଗଞ୍ଜାମ ଜିଲ୍ଲା ଚିକିଟି କରବାଲୁଆ ଅଞ୍ଚଳରେ ଘଟିଥିଲା।

Advertisment

ଗିରଫ ୫ ଜଣ ମାଉନ୍ଦପୁର ଗାଁର ବୋଲି ଜଣାଯାଇଛି।  ଗିରଫ ୫ ଜଣଙ୍କ ମଧ୍ୟରୁ କ.ନୂଆଗାଁ ପୁଲିସ ଦ୍ୱାରା ୪ ଜଣ ଓ ଅବକାରୀ ବିଭାଗ ଦ୍ୱାରା ଜଣେ ଗିରଫ ମଧ୍ୟ ହୋଇଛନ୍ତି। ।

ଗତକାଲି ମଦ ପିଇ କରବାଲୁଆ ଓ ଜେନାପୁରର ୧୫ ଅସୁସ୍ଥ ହୋଇ ପଡ଼ିଥିଲେ। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସମସ୍ତଙ୍କୁ ଚିକିଟି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅବସ୍ଥା ସଙ୍କଟାପନ୍ନ ହେବାରୁ ୩ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

Advertisment

ଚିକିଟି କରବାଲୁଆ ଅଞ୍ଚଳରେ ପ୍ରାୟ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଚୋରାରେ ମଦ ବିକ୍ରି ହେଊଛି। ସରକାରଙ୍କ ସ୍ୱିକୃତୀପ୍ରାପ୍ତ ମଦଠୁ ଖୁବ କମ୍‌ ଦରରେ ମଦ ମିଳୁଥିବାରୁ ଏହାକୁ ନେବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଜମୁଥିଲା।

ଏବେ ଏକାଥରେ ୧୫ ଜଣ ଅସୁସ୍ଥ ହୋଇ ପଡ଼ିବାରୁ ନିଦରୁ ଉଠିଛି ପୁଲିସ୍‌ ଓ ଅବକାରୀ ବିଭାଗ । ଏହି ଘଟଣାର ତଦନ୍ତ ନିମନ୍ତେ ଗୁଇନ୍ଦା ଟିମ୍‌ ଗଠିତ ହୋଇଥିବା ବେଳେ ସେମାନେ ବୁଲି ବୁଲି ମଦ ସାମ୍ପଲ ସଂଗ୍ରହ କରୁଛନ୍ତି। ତେବେ ଏହା ପଛରେ ମୁଖ୍ୟ ଅଭିଯୁକ୍ତ କିଏ ଏବେ ତାଙ୍କୁ ଖୋଜୁଛି ପୁଲିସ୍‌।  

Ganjam Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe