Advertisment

ଟାଟୁ ଦୋକାନରେ ପଶି ହତ୍ୟା ମାମଲାରେ ୫ ଗିରଫ

ଘଟଣାରେ ୭ଜଣଙ୍କ ସଂପୃକ୍ତି ଥିବା ବେଳେ ପୁଲିସ ୫ ଜଣଙ୍କୁ ଗିରଫ କରିଛି।

author-image
Biswajit Samal
ଅଦ୍ୟତନ ହୋଇଛି
Tatto

Tatto

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ହାଉସିଂବୋର୍ଡ ଟୁନା ଦାସ ହତ୍ୟା ଘଟଣାରେ ପୁଲିସ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ପୁଲିସ ୪ଟି ଖଣ୍ଡା ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ବଡ଼ ବଜାର ଲେପୋର୍ସି କଲୋନୀର ଆର ମୋହନ ରାଓ, ଆର.ରବି ରାଓ, ନିମଖଣ୍ଡିର ପପୁନ ନାୟକ, ଲକ୍ଷ୍ମୀ ନୃସିଂହ ସାହିର ବଂଶୀଧର ସାହୁ, ଓ ହାଉସିଂ ବୋର୍ଡର ସୁରଜ୍ କୁମାର।

Advertisment

ଟୁନା ଓ ମୋହନଙ୍କ ଭିତରେ ପୂର୍ବଶତ୍ରୁତା ରହିଥିଲା। କିଛି ଦିନ ପୂର୍ବେ ମୋହନଙ୍କ ଘରକୁ ଯାଇ ଟୁନା ଧମକ ଚମକ୍ ଦେଇଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ମାମଲାରେ ଆପୋଷ ସମାଧାନ ହୋଇଥିଲା। ଏହାପରେ ମୋହନ ଯୋଜନାବଦ୍ଧା ଭାବେ ଟାଟୁ ଦୋକାନରେ ପଶି ଟୁନାକୁ ହତ୍ୟା କରିଥିଲା। ଘଟଣାରେ ୭ଜଣଙ୍କ ସଂପୃକ୍ତି ଥିବା ବେଳେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଅନ୍ୟ ୨ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।

Murder