Accused Arrested
ସୁନା ଦୋକାନରୁ ଲୁଟ୍ ଘଟଣାରେ ଜଣେ ସିଆରପିଏଫ୍ ଯବାନଙ୍କ ସହ ୫ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ପୁଲିସ । ସେମାନଙ୍କ ଠାରୁ ୨ କେଜି ରୁପା, ୧୫୦ ଗ୍ରାମ ସୁନା ସହ ନଗଦ ୫୮ ହଜାର ଟଙ୍କା ଜବତ କରାଯାଇଛି ।
ସୁନାମୋହି ଗ୍ରାମର ଶ୍ରୀରୁଦ୍ର ସାଇ ସୁନା ଦୋକାନରୁ ଲୁଟ ଘଟଣାରେ ପୁଲିସକୁ ମିଳିଛି ଏହି ସଫଳତା । ଏହି ମାମଲାର ତଦନ୍ତ ବେଳେ ଏଥିରେ ଏକ ଆନ୍ତଃରାଜ୍ୟ ଡକାୟତ ଦଳର ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଥିଲା। ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୁଲିସ ମହାରାଷ୍ଟ୍ର ଅଞ୍ଚଳକୁ ଯାଇଥିଲା । ତେବେ ଏହି ଗ୍ୟାଙ୍ଗକୁ ଧରିବା ପରେ ଏହା ବିହାରର ଜଣେ CRPF ଯବାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ଜାଣି ପୁଲିସ ଚକିତ ହୋଇଯାଇଥିଲା। ଏହି ମାମଲାରେ ୮ ଜଣଙ୍କ ସମ୍ପୃକ୍ତି ଥିବା ବେଳେ ଆଉ ୩ ଜଣଙ୍କୁ ଗିରଫ କରାଯାଇପାରିନାହିଁ।
ସୂଚନାଯୋଗ୍ୟ, ଗତ ଜୁଲାଇ ୧୩ ତାରିଖ ସଂଧ୍ୟାରେ ଶ୍ରୀରୁଦ୍ର ସାଇ ସୁନା ଦୋକାନ ମାଲିକଙ୍କୁ ବନ୍ଧୁକ ଦେଖାଇ ୩ ଜେକି ସୁନା ଓ ୮ କେଜି ରୁପା ଅଳଙ୍କାର ସହିତ ନଗଦ ୨ ଲକ୍ଷ ଟଙ୍କା ଲୁଟ ନେଇଥିଲେ ଗିରଫ ଅଭିଯୁକ୍ତମାନେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1724678784.jpg)