Bomb
ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡ଼ିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ କମାରଗୁଡ଼ା ଗ୍ରାମ ଜଙ୍ଗଲରେ ଏକ ଗଛ ମୂଳରୁ ୫ଟି ଜିଲେଟିନ ବୋମା ଠାବ କରି ସେଗୁଡ଼ିକୁ ନିଷ୍କ୍ରିୟ କରିଛି ବିଏସ୍ଏଫ।
ପଡ଼ିଆ ସ୍ଥିତ ୧୪୨ ବାଟାଲିଅନ୍ ବିଏସ୍ଏଫ୍ ଯବାନମାନେ ଦୁର୍ଗମ ମାଟେରୁ ପଞ୍ଚାୟତର ପର୍ସନପଲ୍ଲୀ ଲିଙ୍କ୍ ରୋଡ୍ ଠାରୁ ଅଢ଼େଇ କିମି ଦୂରରେ ଥିବା କମାରଗୁଡ଼ା ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ଏକ ଗଛ ମୂଳରେ ୫ଟି ବୋମା ଥିବା ଜାଣିବାକୁ ପାଇଥିଲେ। ମେଟାଲ ଡିଟେକ୍ଟର ସାହାଯ୍ୟରେ ସେମାନେ ବୋମା ଗୁଡ଼ିକୁ ଠାବ କରିଥିଲେ।
ଗଛ ମୂଳରେ ମାଟିରେ ପୋତି ଏହି ୫ଟି ବୋମାକୁ ରଖାଯାଇଥିଲା। ବୋମାଗୁଡ଼ିକୁ ସତର୍କତାର ସହିତ ବାହାର କରିବା ପରେ ବୋମା ନିଷ୍କ୍ରିୟକାରୀ ଟିମ୍କୁ ଖବର ଦିଆଯାଇଥିଲା। ବୋମା ନିଷ୍କ୍ରିୟକାରୀ ଟିମ୍ ଆସିବା ପରେ ବୋମାଗୁଡ଼ିକୁ ନିଷ୍କ୍ରିୟ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Bomb_1696951007.jpg)