Advertisment

ଖ୍ରୀଷ୍ଟିୟାନ ବ୍ୟକ୍ତିଙ୍କ ଆପତ୍ତିଜନକ ବୟାନ ପରେ ଲଙ୍କାକାଣ୍ଡ, ଚର୍ଚ୍ଚରେ ଭଙ୍ଗାରୁଜା ଓ ପୋଡ଼ାଜଳା

ସଫେଇ କାମ କରୁଥିବା ଜଣେ ଖ୍ରୀଷ୍ଟିୟାନ ବ୍ୟକ୍ତି ଇସଲାମର ପବିତ୍ର ଗ୍ରନ୍ଥ କୁରାନକୁ ନେଇ ଅତ୍ୟନ୍ତ ଆପତ୍ତିଜନକ ବୟାନ ଦେଇଥିଲେ।

author-image
Hemant Lenka
Pakistan

Pakistan

ପାକିସ୍ତାନର ଫୈସଲାବାଦରେ ସଂଖ୍ୟାଲଘୁ ଖ୍ରୀଷ୍ଟିୟାନ ସଂପ୍ରଦାୟର ପ୍ରାୟ ୫ଟି ଚର୍ଚ୍ଚରେ ଭଙ୍ଗା ରୁଜା ସହ ପୋଡ଼ଜଳା ହୋଇଛି। ଏହାସହ ଚର୍ଚ୍ଚ ନିକଟରେ ରହୁଥିବା ଅନେକ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକଙ୍କ ଘର ଉପରେ ଆକ୍ରମଣ ହୋଇଛି। ଜଣେ ଖ୍ରୀଷ୍ଟିୟାନ ବ୍ୟକ୍ତି କୁରାନକୁ ନେଇ ବିବାଦୀୟ ଟିପ୍ପଣୀ କରିବାରୁ ଏତେ ବଡ଼ ଘଟଣା ଘଟିଛି।

Advertisment

ବୁଧବାର ଫୈସଲାବାଦର ଜରାନୱାଲା ଜିଲ୍ଲାରେ ପୂରା ଘଟଣା ଘଟିଛି। ଏଠାରେ ସଫେଇ କାମ କରୁଥିବା ଜଣେ ଖ୍ରୀଷ୍ଟିୟାନ ବ୍ୟକ୍ତି ଇସଲାମର ପବିତ୍ର ଗ୍ରନ୍ଥ କୁରାନକୁ ନେଇ ଅତ୍ୟନ୍ତ ଆପତ୍ତିଜନକ ବୟାନ ଦେଇଥିଲେ। ଏହି ବୟାନକୁ ନେଇ ସ୍ଥାନୀୟ ଅଞ୍ଚଳର ମୁସଲିମମାନେ ଆକ୍ରମଣାତ୍ମକ ହୋଇ ଉଠିଥିଲେ। ସେମାନେ କେବଳ ବିବାଦୀୟ ବୟାନ ଦେଇଥିବା ବ୍ୟକ୍ତିଙ୍କ ଘର ଭାଙ୍ଗି ନଥିଲେ, ବରଂ ଉକ୍ତ ଅଞ୍ଚଳରେ ଥିବା ଚର୍ଚ୍ଚ ଓ ଏହି ସଂପ୍ରଦାୟର ଅନେକ ଲୋକଙ୍କ ଘର ଉପରେ ଆକ୍ରମଣ କରିଥିଲେ।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ କିଛି ଲୋକ ଚର୍ଚ୍ଚର ଶୀର୍ଷରେ ଚଢ଼ି ପବିତ୍ର କ୍ରସକୁ ଗୋଇଠା ମାରୁଛନ୍ତି। ଅପବିତ୍ରୀକରଣ ଅଭିଯୋଗରେ ଫସିଥିବା ଲୋକ ବିରୋଧରେ ଯଦି ପୁଲିସ ପଦକ୍ଷେପ ନ ନେବ, ତା’ହେଲେ ଲୋକମାନେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି କିଛି ମୌଲବୀ ମାଇକ ଯୋଗେ କହୁଥିବା ଭିଡିଓ ବି ସାମ୍ନାକୁ ଆସିଛି।

Advertisment

ଜଣେ ଖ୍ରୀଷ୍ଟିୟାନ ନେତା ଅକମଲ ଭାଟ୍ଟି କହିଛନ୍ତି, ଉତ୍ତ୍ୟକ୍ତ ଲୋକମାନେ ପ୍ରାୟ ୫ଟି ଚର୍ଚ୍ଚରେ ଭଙ୍ଗା ରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି। ସେମାନେ ଲୋକଙ୍କ ଘର ଉପରେ ଆକ୍ରମଣ କରି ମୂଲ୍ୟବାନ ଜିନିଷ ସବୁ ଲୁଟ କରିଛନ୍ତି।

ପାକିସ୍ତାନର ପଞ୍ଜାବ ପ୍ରଦେଶ ପୁଲିସ୍‌ ମୁଖ୍ୟ ଉସମାନ ଅନୱର କହିଛନ୍ତି, ସେମାନେ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି। ପୂରା ଅଞ୍ଚଳକୁ କର୍ଡନ କରାଯାଇଛି। ତେବେ ବିକ୍ଷୋଭକାରୀମାନେ ଲୁଟ କରିବା ବେଳେ ପୁଲିସ୍‌ କେବଳ ନୀରବଦ୍ରଷ୍ଟା ସାଜିଥିବା ଖ୍ରୀଷ୍ଟିୟାନ ସଂପ୍ରଦାୟ ପକ୍ଷରୁ ଅଭିଯୋଗ ହୋଇଛି।

ଅପବିତ୍ରକରଣ ଅଭିଯୋଗରେ ଫସିଥିବା ଖ୍ରୀଷ୍ଟିୟାନ ବ୍ୟକ୍ତିଙ୍କ ବିରୋଧରେ ପୁଲିସ୍‌ ୨୯୫ବି ଓ ୨୯୫ସି ଅନୁଯାୟୀ ମାମଲା କରିଛି।

Pakistan